୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳି କାଟୁ :-> ହିଞ୍ଜିଳି ଥାନା ବାଳକୃଷ୍ଣପୁର ଗ୍ରାମରେ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ ଘଣ୍ଟା ସମୟରେ କୌଣସି ଏକ ବିଷଧର ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।ମୃତ ଚାଷୀ ଜଣକ ହେଲେ ନଦୀ ସାହି ବାସିନ୍ଦା ଚିତ୍ରସେନ ଚୌଧୁରୀ(୫୬)।ସୂଚନା ମୁତାବକ ଚିତ୍ରସେନ ନିଜ ପଦରରେ ଘାସ କାଟୁଥିବା ସମୟରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା।ଫଳରେ ସେଠାରେ ସେ ଗୁରୁତର ହୋଇଥିଲେ।ପରିବାର ଲୋକେ ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଯାତ୍ରୀବାହୀ ଅଟୋ ସାହାଯ୍ୟରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ହିଞ୍ଜିଳିକାଟୁ ତହସିଲଦାର ସୁନୀଲ କୁମାର ପ୍ରଧାନ,
ରାଜସ୍ୱ ନିରୀକ୍ଷକ ସଞ୍ଜୟ ମହାରଣା ଓ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ପଠାଇଛି । ଏନେଇ କେଶ ନଂ ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ମୃତ ଚାଷୀଙ୍କ ଶରୀରର ବିଭିନ୍ନ ଅଂଶକୁ ବିଷଧର ସାପ କାମୁଡ଼ି ଥିବା ବେଳେ ଏଭଳି ଅଭାବନୀୟ ଘଟଣା ପରେ ଗ୍ରାମରେ ଶୋକକୁଳ ପରିସ୍ଥିତି ଦେଖାଦେଇଛି ।