୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡିର କଳା :-> ସଂସ୍କୃତି ଓ ଐତିହ୍ୟ ଅନନ୍ୟ ଓ ସ୍ୱତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। କଳାହାଣ୍ଡିରେ ଅନେକ ପ୍ରାଚୀନ ଶୈବପୀଠ ରହିଛି ତନ୍ମଧ୍ୟରୁ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ନୁନମାଠ ପଞ୍ଚାୟତର ଅମାଠଗଡ଼ର ଐତିହାସିକ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବ ପୀଠ ଏକ ପ୍ରାଚୀନ ଶୈବପୀଠ ଯାହା ଏକ ଉନ୍ନତ ସଭ୍ୟତା ଓ ଐତିହ୍ୟର ପ୍ରମାଣ ଦିଏ । ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ଅମାଠ ଗଡ଼ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟି ସଭାପତି , ଉପଦେଷ୍ଟା ଓ ସଦସ୍ୟ ମାନଙ୍କ ସହ ଏହାର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ।

ଏହି ଐତିହାସିକ ପୀଠର ବିକାଶ ପାଇଁ ୫ଟି ସଚିବ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନୁନମାଠ ସରପଞ୍ଚ ପ୍ରେମଲାଲ ଭୋଇ, ମନ୍ଦିର କମିଟି ସଭାପତି ଧୃବ ଚରଣ ପଟ୍ଟନାୟକ, ଉପଦେଷ୍ଟା ଅନିଲ କୁମାର ଭୋଇ, ସମ୍ପାଦକ କାର୍ତ୍ତିକ ରଣା, ଉପ ସଭାପତି କିଶୋର ଚନ୍ଦ୍ର ଭୋଇ, କମିଟି ସଦସ୍ୟ ସୁଦାମ ସାହୁ, ଦିଗାମ୍ବର ବେହେରା , ମିତ୍ରସେନ ଭୋଇ , କେସିଙ୍ଗା ବ୍ଳକ ଛାତ୍ର ବିଜେଡ଼ି ସଭାପତି ଶୁଭେନ୍ଦୁ ସାହୁ, ଚୁଡ଼ାମଣି ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ ।














