୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗତ କିଛି ମାସ ହେବ ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁରୁଖୁରୁରେ କାର୍ଯ୍ୟ ନିର୍ବାହ କରୁଥିବାବେଳେ ଅପରାଧିକ ଘଟଣା ଧୀରେ ଧୀରେ କମି କମି ଆସିଛି, ମାହାଙ୍ଗା ବହୁ ଚର୍ଚ୍ଚିତ ନୁର୍ତ୍ତାଙ୍ଗ ପଂଚୟତରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରାଜନୈତିକ ଶତ୍ରୁତା ଲାଗିରହିଥିଲା, ଯାହାକୁ ନେଇ ସେଠାରେ ଦୁଇ ଦୁଇଟି ମୁଣ୍ଡ ଗଡ଼ିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ହଇଚଇ ସୃଷ୍ଟି କରିଥିଲା, ଯାହାକୁ ନେଇ ବିରୋଧୀ ମାନେ ଶାସକ ଦଳକୁ ଟାର୍ଗେଟ କରି ମିଥ୍ୟା ଆରୋପ ଲଗାଇଥିଲେ, ଯୋଉଥିପାଇଁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ନୁର୍ତ୍ତାଙ୍ଗ ପଂଚୟତରେ ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ପ୍ରଶାସନକୁ କଡା ନିର୍ଦେଶ ଦେଇଥିଲେ,

ଯାହା ସ୍ୱରୂପ ଚଳିତ ମାସରେ ସରପଞ୍ଚ ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବାସହ ଜନସାଧାରଣ ମାନେ ଶାସକ ଦଳ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରା ଭୋଟ ରେ ବିଜୟ କରିଥିଲେ, ଉପ ନିର୍ବାଚନ ରେ ବିଜୟ ସରପଞ୍ଚ ଶାସକ ଦଳର ହୋଇଥିବାରୁ ନୁର୍ତ୍ତାଙ୍ଗ ପଂଚୟତରେ ବିଜୟ ଉତ୍ସବ ପାଳନକୁ ବିଧାୟକ ଶ୍ରୀ ଜେନା ବନ୍ଦ କରାଇଥିଲେ, କାହିଁକି ନା ଯଦି ବିଜୟ ଉତ୍ସବ ପାଳନ ହୁଏ ତେବେ ପୂର୍ବ ପରି ଏହି ପଂଚାୟତ ରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବ, ଏହାକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ଜେନା ଦଳୀୟ କର୍ମୀଙ୍କୁ ହୁଇପ ଜାରି କରି ଉତ୍ସବ ପାଳନ ବନ୍ଦ କରିଥିଲେ,

ଯୋଉଥିପାଇଁ ନୁର୍ତ୍ତାଙ୍ଗ ବାସୀଙ୍କ ଶ୍ରୀ ଜେନାଙ୍କ ଉପରେ ଭରସା ଆଉରି ବଢି ଯାଇଥିଲା, ଗୋଳିଆ ପାଣିରୁ ଫାଇଦା ଉଠେଇବାକୁ ବସିଥିବା ବିରୋଧୀ ଏହାକୁ ସହଜରେ ହଜମ କରିପାରିଲେଣି, ଜେନେତେନେ ପ୍ରକାରେ ଶ୍ରୀ ଜେନାଙ୍କୁ ବଦନାମ କରିବା ପାଇଁ ମାହାଙ୍ଗାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଏକ ପ୍ରୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ମାହାଙ୍ଗା ପୁଲିସ ଓ ସାଲେପୁର ଏସ୍ଡିପିଓ ଙ୍କ ବିରୁଦ୍ଧରେ ପ୍ରତିବାଦ ସଭା କରି ଫାଇଦା ନେବାକୁ ଲୋକଙ୍କୁ ପ୍ରବର୍ତାଉଛନ୍ତି, ଏପରିକି ମାହାଙ୍ଗା ଅଂଚଳର କିଛି ପେଷାଦାର ଅଭିଯୁକ୍ତ ,

ଅସାମାଜିକ ବ୍ୟକ୍ତି ଙ୍କୁ ଡାକି ଆସ ତୁମର କଣ ପୁଲିସ ଅସୁବିଧା କରିଛି ଆମେ ତମମାନଙ୍କୁ ସୁରକ୍ଷା ଦେବୁ କହି ସଭାକୁ ଡକାଉଥିବା ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି, ପ୍ରକୃତ ପକ୍ଷେ ପ୍ରତାପ ଲୋକପ୍ରିୟତା ଆଗରେ ବିରୋଧୀ ନେତା ମାନେ ମାହାଙ୍ଗା ରେ ହାର ମାନିଛନ୍ତି, ଯୋଉଥିପାଇଁ ବିରୋଧୀ ମାନେ କୈଣସି ଉପାୟ ନପାଇ ଏବେ ତାଟିଆ କାମୁଡିବା ଆରମ୍ଭ କରିଦେଇଛନ୍ତି, ପ୍ରତାପ କୁ ବଦନାମ କରିବା ପାଇଁ ବିରୋଧୀ ମାନେ ଟଙ୍କା ଦେଇ ସଭାକୁ ଲୋକ ଅନୁଥିବା ବେଳେ ତାହା ବି ସଫଳ ହେଉନି, ପ୍ରତାପ ମାହାଙ୍ଗାର ଯେଉଁଭଳି ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ଲୋକମାନେ କେବେବି ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିନାହାନ୍ତି, ବିରୋଧୀ ଯେତେ ଚାଲ ଖେଳିଲେ ବି ପ୍ରତାପ ଙ୍କ ବିଚକ୍ଷଣ ରାଜନୀତି ସମସ୍ତଙ୍କୁ ପଛରେ ପକାଇଛି.














