No Result
View All Result
ଜମା ପରିମାଣ ୨୦୨୩ ଜୁନ୍ ୩୦ ସୁଦ୍ଧା ବଜାଜ ଫାଇନାନ୍ସର ସମେକିତ (କନ୍ସୋଲିଡେଟେଡ) ଋଣ ୨୧% ଏବଂ ଏକକ (ଷ୍ଟାଣ୍ଡଆଲୋନ୍) ଋଣର ୨୮% ରହିଥିଲା
୨୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭାରତର ଅନ୍ୟତମ ଅଗ୍ରଣୀ ଏବଂ ବିବିଧକୃତ ଅଣ-ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ ତଥା ବଜାଜ ଫିନ୍ସର୍ଭର ଅଂଶବିଶେଷ ବଜାଜ ଫାଇନାନ୍ସ ଲିମିଟେଡ ତାହାର ଫିକ୍ସଡ ଜମା ଖାତା ପରିମାଣ ୫୦,୦୦୦ କୋଟି ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଥିବା ଘୋଷଣା କରିଛି । ବଜାଜ ଫାଇନାନ୍ସର ଅଧ ନିୟୁତ ଜମାକାରୀ ରହିଛନ୍ତି ଏବଂ ପ୍ରତ୍ୟେକ ଜମାକାରୀ ୨.୮୭ ଜମା ରଖିବା ସହିତ ମୋଟ ଜମା ସଂଖ୍ୟା ୧.୪ ନିୟୁତରେ ପହଞ୍ଚିଛି । ବଜାଜ ଫାଇନାନ୍ସର ଦୀର୍ଘାବଧି ଡେବ୍ଟ କାର୍ଯ୍ୟକ୍ରମ ନିମନ୍ତେ କ୍ରିସିଲ୍, ଆଇସିଆର୍ଏ, କେୟାର୍ ଏବଂ ଇଣ୍ଡିଆ ରେଟିଂସ୍ ନିକଟରୁ ସର୍ବୋଚ୍ଚ କ୍ରେଡିଟ ରେଟିଂ ଏଏଏ/ସ୍ଥିର ହାସଲ କରିଛି । ଏଥିସହିତ ତାହାର ସ୍ୱଳ୍ପ ଅବଧି ଡେବ୍ଟ କାର୍ଯ୍ୟକ୍ରମ ନିମନ୍ତେ କ୍ରିସିଲ, ଆଇସିଆର୍ଏ ଏବଂ ଇଣ୍ଡିଆ ରେଟିଂସ୍ ଏହାକୁ ଏ+୧ ପ୍ରଦାନ କରିଛନ୍ତି ଏବଂ ନିଜର ଫିକ୍ସଡ ଜମା କାର୍ଯ୍ୟକ୍ରମ ନିମନ୍ତେ କ୍ରିସିଲ ଓ ଆଇସିଆର୍ଏ ନିକଟରୁ ଏହା ଏଏଏ (ସ୍ଥିର) ରେଟିଂସ୍ ହାସଲ କରିଛି ।
ସଚିନ ସିକ୍କା, ଏକ୍ଜିକ୍ୟୁଟିଭ ଭାଇସ୍ ପ୍ରେସିଡେଣ୍ଟ ଫିକ୍ସଡ୍ ଡିପୋଜିଟ୍ସ୍ ଆଣ୍ଡ ଇନ୍ଭେଷ୍ଟମେଣ୍ଟ , ବଜାଜ ଫାଇନାନ୍ସ କହିଛନ୍ତି, “ଆମ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ସୁଧ ହାରରେ ଦୀର୍ଘାବଧି ସଞ୍ଚୟ ସମାଧାନ ଯୋଗାଇଦେବା ଉପରେ ଆମେ ଧ୍ୟାନ କେନ୍ଦ୍ରୀଭୂତ କରିଛୁ । ଆମର ଫିକ୍ସଡ ଜମା ପୋର୍ଟଫୋଲିଓରେ ଦ୍ରୁତ ଅଭିବୃଦ୍ଧି ଘଟିଛି ଏବଂ ଏହା ଗତ ଦୁଇବର୍ଷ ମଧ୍ୟରେ ଦୁଇଗୁଣ ବୃଦ୍ଧିପାଇଛି, ଯାହା ବଜାଜ ଫିନ୍ସର୍ଭ ବ୍ରାଣ୍ଡ୍ ଉପରେ ଗ୍ରାହକଙ୍କ ବିଶ୍ୱାସବୋଧ, ଫିକ୍ସଡ ଜମା ଡିଜିଟାଲ ପଦ୍ଧତିରେ ସହଜରେ ବୁକ୍ କରିବା ତଥା ଆମର ରାଷ୍ଟ୍ରବ୍ୟାପୀ ଉପସ୍ଥିତିକୁ ପ୍ରତିଫଳିତ କରୁଛି ।” ବଜାଜ ଫାଇନାନ୍ସ ୪୪ ମାସ ଅବଧି ନିମନ୍ତେ ବରିଷ୍ଠ ନାଗରିକଙ୍କ ନିମନ୍ତେ ୮.୬୦% ଏବଂ ଅନ୍ୟମାନଙ୍କ ପାଇଁ ୮.୩୫%ର ସର୍ବାଧିକ ସୁଧହାର ପ୍ରଦାନ କରୁଛି ।
ବିଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ତାହାର ଜମା ଖାତା ପରିମାଣ ସିଏଜିଆର୍ ୬୦% ହାରରେ ଅଭିବୃଦ୍ଧି ହାସଲ କରିଛି ଏବଂ ଜମାକାରୀଙ୍କ ସଂଖ୍ୟା ସିଏଜିଆର୍ ୪୯% ଆକାରରେ ବୃଦ୍ଧିପାଇଛି । କମ୍ପାନୀ ୧୨ ମାସ ଅବଧି ନିମନ୍ତେ ୭.୪୦% ଏବଂ ୨୪ ମାସ ନିମନ୍ତେ ୭.୫୫% ସୁଧହାର ପ୍ରଦାନ କରୁଛି । ୩୬ ମାସରୁ ୬୦ ମାସ ପର୍ଯ୍ୟନ୍ତ ଅବଧି ନିମନ୍ତେ ସୁଧହାର ୮.୦୫% ରହିଛି । ବରିଷ୍ଠ ନାଗରିକଙ୍କୁ ଏହି ହାର ଉପରେ ଅତିରିକ୍ତ ୦.୨୫% ସୁଧ ପ୍ରଦାନ କରାଯାଉଛି । ବଜାଜ୍ ଫାଇନାନ୍ସର ନିଜସ୍ୱ ଆପ୍ରେ ୭୩ ନିୟୁତ ଗ୍ରାହକ ଏବଂ ୪୦.୨ ନିୟୁତ ଗ୍ରାହକ ରହିଛନ୍ତି । ବିଭିନ୍ନ ବୟସ ବର୍ଗରେ ଉଲ୍ଲେଖନୀୟ ସଂଖ୍ୟକ ଗ୍ରାହକ ଏହାର ଡିଜିଟାଲ ଚାନେଲଗୁଡିକ ଜରିଆରେ ଫିକ୍ସଡ ଜମାକୁ ପସନ୍ଦ କରୁଥିବା କମ୍ପାନୀ ଲକ୍ଷ୍ୟ କରୁଛି ।

No Result
View All Result