ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ), କଟକ :- କଟକ ଜିଲ୍ଲା କମିଶନରେଟ ପୋଲିସ ଅଧୀନ ଟିପିଏମ ଫାଣ୍ଡି ର କଖଡି ସ୍ଥିତ ମହାନଦୀ ପାଣିରେ ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାଦେଖିବାକୁପାଇ ଲୋକମାନେ ପୋଲିସ କୁ ଖବର ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଗତକାଲି ଏହି ମୃତ ଦେହ ମହାନଦୀ ରେ ଭାସୁଥିବାର ଦେଖିବାକୁ ପାଇଥିବା ବେଳେ ଟିପିଏମ ଫାଣ୍ଡି କୁ ଜଣା ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୈଣସି ପଦକ୍ଷେପ ଗ୍ରହଣ କରାଯାଇନି,
ମୃତ ଦେହଟି ପାଣିରେ ଭାସି ଭାସି ଆସିଥିବାରୁ ଶବଟି ଫୁଲି ଯାଇଥିବା ବେଳେ ଚିହ୍ନଟ କରିବା ସମ୍ଭବ ହୋଇ ପାରୁନାହିଁ । ତେବେ ଯୁବକ ଜଣଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗିଦେଇଥିବା ଦେଇଥିବା କିମ୍ବା ନଦୀରେ ବୁଡି ମୃତ୍ୟବରଣ କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ । ପୋଲିସ କୁ ଖବର ଦିଆଯାଇଥିଲେବି ପୋଲିସ ଉକ୍ତ ସ୍ତଲରୁ ଶବ ଜବତ କରି ଚି଼ହ୍ନଟ ନକରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )