ଅଭିଯୁକ୍ତମାନେ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଚୋରି କରି କୁଜଙ୍ଗ ଥାନା ପୋଲିସଙ୍କ ହାତରେ ଧରା ପଡ଼ିଲେ ଏବଂ ଏହି ଦୁଇଟି ଦୁର୍ଦ୍ଦାନ୍ତ ଲୁଟେରା ମନ୍ଦିର ର ଦାନ ବାକ୍ସରୁ ୧୫,୭୬୧ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଏଥିସହ ଏହି ଦୁଇ ଜଣ ପୁରୀ ର ଅନେକ ମନ୍ଦିର ରୁ ସୁନା ଅଳଙ୍କାର ଚୋରି କରିଥିବା ରିପୋର୍ଟ ରହିଛି । ଆଜି ପର୍ଯ୍ୟନ୍ତ ୧୦ ରୁ ଉର୍ଦ୍ଧ୍ବ ମନ୍ଦିର ଲୁଟିଥିବା ଉକ୍ତ ଲୁଟେରା ଦୁହେଁ ବହୁତ ଥର ମନ୍ଦିର ଲୁଟ୍ କରି ମଧ୍ୟ ପୋଲିସ କବଜାକୁ ଆସିନଥିଲେ । ଯାହାର ପରଦାଫାର୍ସ କରିଛି କୁଜଙ୍ଗ ଥାନା ପୋଲିସ ।
କୁଜଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଟେକ୍ନୋଲୋଜି ଉପାୟରେ ଲୁଟେରା ଙ୍କ ଠିକଣା ପତ୍ତା ଲଗାଇ ତଦନ୍ତକାରି ଟିମ୍ ଙ୍କ ସାହାର୍ଯ୍ୟରେ ଗତ କାଲି ଲୁଟେରାକୁ ଗିରଫ କରିଥିଲା ପୋଲିସ । ଲୁଟେରା ଙ୍କ ଠାରୁ ସୁନାର ରୁଦ୍ରାକ୍ଷ ମାଳି , ସୁନା ଗହଣା , ମୁକୁଟ , ନଗଦ ଟଙ୍କା , ରୂପା ଥାଳି ଓ ପୂଜା ବାସନ ଇତ୍ୟାଦି ଜବତ କରିଥିଲେ । ସମସ୍ତ ଚୋରି ଅଳଙ୍କାର କୁ ଉଦ୍ଧାର କରି ପୋଲିସ ମନ୍ଦିରରେ ଜିମା ଦେଇଥିବା ଜଣାପଡ଼ିଛି ।
ତେବେ ଦୁଇ ଅଭିଯୁକ୍ତ ଗୋପିଆକୁଡ ର ଦେବେନ୍ଦ୍ର ପଣ୍ଡା ଏବଂ ରାହାମା ଅଞ୍ଚଳର ମୀନକେତନ ପରିଡା ବୋଲି ପୋଲିସ ତଥ୍ୟରୁ ପ୍ରକାଶ ପାଇଛି । ଜଗତସିଂହପୁର ଏସ ପି ଙ୍କ ନିର୍ଦ୍ଦଶ କ୍ରମେ ଉକ୍ତ ଅଭିଯୁକ୍ତଙ୍କ ନାମରେ କଡ଼ା ତଦନ୍ତ ଜାରି କରାଯାଇଛି । କୁଜଙ୍ଗ ଥାନା ରେ କେସ୍ ନମ୍ବର 394/2023 ମାମଲା ରୁଜ୍ଜୁ କରାଯାଇ 457/380 IPC ଧାରା ଅନୁସାରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

© 2023 Odisha Taza News.