No Result
View All Result

୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଶିକ୍ଷ୍ୟା ସ୍ବାସ୍ଥ୍ୟ ବିଜୁଳି ପାଣି ସାମାଜିକ ନିରାପତା ଯୋଜନା କାର୍ଯ୍ୟକାରି ହେଉଛି। ବିକାଶ ର ଧାରା ଜାରି ରୋହିଛି କିନ୍ତୁ ତା ଭିତରେ ରହିଯାଇଛି ସମସ୍ୟା। ଯେଉଁ ସମସ୍ୟା ର ସମାଧାନ ପାଇଁ ବାରମ୍ବାର ପ୍ରଶାସନ କୁ ଲୋକେ ଅଭିଯୋଗ କଲେ କିନ୍ତୁ ତାହା ଦୁର ହୋଇପାରୁନି। ସେ ଭୋଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା. ଉଦୟଗିରୀ ବ୍ଲକ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ତରବଙ୍ଗୋ ଗ୍ରାମରେ , ଆଜକୁ ପ୍ରାୟ 50 ରୁ 60 ବର୍ଷ ହେବ ଏହି ଗ୍ରାମଟି କିନ୍ତୁ ନା ଅଛି ବିଜୁଳି ନା ଅଛି ବସୁଧା ଯୋଜନା,

ଗ୍ରାମର ଲୋକେ ଭରସା କରନ୍ତି ସେହି ସୋଲାର ବିଦ୍ୟୁତ କିନ୍ତୁ ତାହାମଧ୍ୟ ଅଚଳ ଅବସ୍ଥାରେ ପଡିରହିଛି କିନ୍ତୁ ପିଲାମାନେ ରାତି ହେଲେ ପାଠଟି ପୋଡିବା ପାଇଁ ଇଛା ଥିଲେ ବି ସେହି କିଟିକିଟି ଅନ୍ଧାରେ ଜୀବନ କାଟୁଛନ୍ତି ଗ୍ରାମବାସୀ, ବସୁଧା ଯୋଜନା ର ତିରିଶି ହଜାର ବିଶିଷ୍ଟ ଟାଙ୍କି ନିର୍ମାଣ ହେlଇଚି କିନ୍ତୁ ତାହା ମଧ୍ୟ୍ୟ ଅଚଳ ହୋଇ ପଡିଛି, ଷ୍ଟାଣ୍ଡ ପୋଷ୍ଟ ଗୁଡାକ ଭାଙ୍ଗି ରୋଜି ପଡିଛି ତ ଆଉ କେତେ ନଷ୍ଟ ହେଲାଣି,

ଏବଂ ଏହି ଅଂଚଳ ରେ ଦୂରଭାଷା ର ମଧ୍ୟ ନଥିବାରୁ ବହୁତ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି ଅଂଚଳ ବାସି, କାରଣ ଯଦି ଗର୍ବବତୀ ମାଙ୍କୁ ନେବାର ଅଛି ତେବେ ଯୋଗାଯୋଗ ପାଇଁ ଆଶ୍ରା ନେଉଛନ୍ତି ସେହି ଲିମ୍ବ ଗଛ କୁ,କେହିତ ଗଛରେ ଚଡି ଆମ୍ବୁଲାନସ କୁ ଯୋଗାଯୋଗ କଲେ ଆମ୍ବୁଲାନ୍ସ ମଧ୍ୟ୍ୟ ବହୁତ ବିଳମ୍ବରେ ଆସେ ତେବେ କାହିଁକି ଏମାନଙ୍କ ର ଉପରେ ପ୍ରଶାସନ ର ଦୃଷ୍ଟି ପଡୁନି, ଭୋଟ ସମୟରେ ଅନେକେ କଥା ଦିଅନ୍ତି କିନ୍ତୁ କଥା ରହିଯାଉଛି ଅଧା ବାଟରେ, ତେବେ କେବେ ପଡୁଛି ପ୍ରଶାସନ ର ଦୃଷ୍ଟି ଏବଂ କେବେ ହେଉଛି ସମସ୍ୟାର ସମାଧାନ ତାହାଦେଖିବାକୁ ବାକିରହିଲା

No Result
View All Result