୨୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପଡ଼ିଆ କଲେଜ ପରିସରରେ ଏକ ସ୍ବତନ୍ତ୍ର ବୈଠକ କରାଯାଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭୋଟଦାନ, ଏଥିପାଇଁ ଧାର୍ଯ୍ୟ ବୟସସୀମା, ଭୋଟରଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିଦ୍ଧେର୍ଶ କ୍ରମେ ରାଜ୍ୟ ବ୍ୟାପୀ ବିଭିନ୍ନ ଜିଲ୍ଲାରେ ଦାୟିତ୍ଵରେ ଥିବା ନିର୍ବାଚନ ଅଧିକାରୀ ସମେତ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କଲେଜ ସମେତ ଜନସାଧାରଣଙ୍କୁ ଭୋଟର ସାକ୍ଷରତା ନେଇ ସଚେତନତା କରାଯାଉଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ତଥା ଜିଲ୍ଲା ଉପନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ୧୭ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିବିଶେଷ ଦୃଢ଼ ଗଣତନ୍ତ୍ର ଗଠନରେ ଜଣେ ଭୋଟର ଭାବେ କିଭଳି ଭୂମିକା ଗ୍ରହଣ କରେ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମତଦାନ ସମୟ ଆସୁଥିବାରୁ ୧୭ ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଜର ନାମକୁ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ବାବଦରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଡ଼ିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ ସମେତ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।