୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ବିରିକୋଟ୍ ପଞ୍ଚାୟତରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜସ୍ୱ ପାଣ୍ଠିରୁ ୫ଖଣ୍ଡ ଗ୍ରାମକୁ ୩୫ଲକ୍ଷ ଟଙ୍କା ଚର୍ଚ ପାଇଁ ଆର୍ଥିକ ସହାୟତା ଯୋଗାଇଦେଇ ଥିବାରୁ ଧନ୍ୟବାଦ ସଭା ବିରିକୋଟ୍ ସରପଞ୍ଚ ମଶା ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମ୍ବନ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ମାଇନେରିଟ୍ ସେଲ୍ ରାଜ୍ୟ ଉପଦେଷ୍ଟା ପ୍ରୁଥିବୀରାଜ୍ ସାହୁ, ଓଡ଼ିଶାର ଶିଳ୍ପପତି ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଏମ୍,ପି ପ୍ରତିନିଧି ଭାଷ୍କର ସାହୁ,
ବ୍ଲକ୍ ଉପାଧ୍ୟକ୍ଷା ବାଲ୍ମିନା ଅଧିକାରୀ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ମେମ୍ବର ହାଡ଼ିଆ କନ୍ଧ,ଜେମ୍ସ୍ ରାଇକା, ବିଜୁ ଯୁବକ ସଭାପତି ମହିଳା ସଭାପତି ଝୁମୁରୀ ବିର,ତଥା ପୋଡ଼ଶୀ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ମାନ୍ୟଗଣ୍ୟ, ବରେନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ବିଜିପୁର ଚର୍ଚ ୧୦ଲକ୍ଷ, ସାରମା ଚର୍ଚ ୫ଲକ୍ଷ, ଥୁଡ଼ଖାଲ ଚର୍ଚ ୧୦ଲକ୍ଷ, ହରଭଙ୍ଗି ଡେମ୍ ଚର୍ଚ ୫ଲକ୍ଷ, କେନ୍ଦୁଗୁଡା ଚର୍ଚ ୫ଲକ୍ଷ ଟଙ୍କାର ଭୁମିପୂଜନ କରିବା ସହ କେଣ୍ଡେଲ୍ ଜାଳି ଶୁଭ ଉଦ୍ଘାଟନ କରିଛନ୍ତି ।ଏଥିସହ ବିରିକୋଟ୍ ପଞ୍ଚାୟତ ବାସୀ ଆଗାମୀ ଦିନରେ ବିଜୁ ଜନତା ଦଳସହ ସଦାସର୍ବଦା ରହିବା ପାଇଁ ପ୍ରତିଶ୍ରୁତି ଦେବା ସହ ଚର୍ଚ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।