No Result
View All Result
୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ୩ଦଫା ଦାବିନେଇ ନିଖିଳ ଓଡିଶା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ କର୍ମଚାରୀ ସଂଘ ଗଜପତି ଜିଲ୍ଲା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ମୁଖ୍ୟ ଦାବିହେଲା ଚାକିରୀରେ ପଦୋନ୍ନତି ।+୨ଓ+୩ ଶିକ୍ଷା ଗତ ଯୋଗ୍ୟତା ପଦବୀର ଗ୍ରେଡ ଚାକିରୀ ସର୍ତ୍ତାବଳି ଅନୁସାରେ ଲେବୁଲ ୫ରୁ ଲେବୁଲ୯ କୁ ପଦୋନ୍ନତି କରାଯାଉ । ଜିପିଡ଼ିଓ ପଦବୀର ୧୦୦℅ ପଦୋନ୍ନତି କରାଯାଉ ।
ଏହି ସବୁ ଦାବିନେଇ ଦୀର୍ଘ ୧୦ ଦିନ ଧରି କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଥିଲେ ପଞ୍ଚାୟତ ଆଧିକାରୀ ମାନେ । କିନ୍ତୁ ରାଜ୍ୟ ସରକାର ନିର୍ବାହୀ ଅଧିକାରୀଙ୍କ ଦାବିକୁ ଅଣଦେଖା କରିବା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ଦିନ ହେଲା ଗଣଧାରଣାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିଛନ୍ତି । ଆଗାମୀ ୨୩ ତାରିଖରେ ରାଜ୍ୟ ସଙ୍ଘର ଡାକରା କ୍ରମେ ଗଜପତି ଜିଲ୍ଲାର ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ବିଧାନସଭା ଘେରାଉ କରିବେ ବୋଲି ଧାରଣାରେ ବସିଥିବା ସଂଘର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି

No Result
View All Result