୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵ ଭୁଷଣ ହରିଚନ୍ଦନଙ୍କୁ ବୁଧବାର ଗମ୍ଭାରିମୁଣ୍ଡାରେ ଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ” ପଲ୍ଲୀ ସ°ସ୍କୃତି କଳା ପରିଷଦ” ଆନୁକୁଲ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ହରିଚନ୍ଦନ ବିଶେଷ ଅତିଥି ଭାବେ ଯୋଗଦେଇ ଏହି ସମ୍ମାନ ଗ୍ରହଣ କରିଥିଲେ । ସାଥିରେ ତାଙ୍କର ଧର୍ମ ପତ୍ନୀ ସୁପ୍ରଭା ହରିଚନ୍ଦନ ଉପସ୍ଥିତ ରହି ଥିବାବେଳେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନାଗରିକ ମଞ୍ଚ ଓ ବାଣପୁର ଯୁବ ଗୋଷ୍ଠୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆୟୋଜକ ଅନୁଷ୍ଠାନର ଆବାହକ ଡାକ୍ତର ସୁରେନ୍ଦ୍ରନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୁଷଣ ହରିଚନ୍ଦନ, ପଲ୍ଲୀ ସ°ସ୍କୃତି ପରିଷଦର ସଭାପତି ଗୋଲଖ ବିହାରୀ ପଟ୍ଟନାୟକ, ବାଣପୁର ବ୍ଲକର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ପୂୂୂର୍ବ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ ,, ଚିଲିକା ବ୍ଲକର ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା ଓ ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକଙ୍କ ସହ ଆୟୋଜକ ଅନୁଷ୍ଠାନର ପଦାଧିକାରୀ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।














