୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷା ପ୍ରତିଷ୍ଠାନରେ ଚନ୍ଦ୍ର ଯାନର ଚନ୍ଦ୍ରପୁଷ୍ଠରେ ସଫଳ ଅବତରଣ ପାଇଁ ଛାତ୍ର ଛାତ୍ରୀ ଙ୍କ ପ୍ରାଥନା ସଭା ଅନୁଷ୍ଠିତ ହୋଇଯାଇଅଛି। ଆଜି ଆମ ଦେଶ ଭାରତର ଚନ୍ଦ୍ରାୟନ ସଫଳତାର ସହିତ ଚନ୍ଦ୍ରପୁଷ୍ଠରେ ପାଦ ଦେବାକୁ ଯାଉଥିବା ବେଳେ ସମଗ୍ର ଦେଶବାସୀ ଉତ୍କଣ୍ଠାର ସହ ଚାହିଁବସିଛନ୍ତି । ସେଥି ପାଇଁ ପ୍ରତ୍ୟେକ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ଅଫିସ ଓ ଘରେ ଘରେ ଜନସାଧାରଣ ଅନେଇ ବସିଛନ୍ତି କିଭଳି ଆମ ଦେଶ ଭାରତର ବୈଜ୍ଞାନିକ ମାନଙ୍କ ସଫଳତା ଆଉ ଦୁଇପାଦ ଆଗକୁ ବଢ଼ି ସମଗ୍ର ବିଶ୍ୱକୁ ଚମକାଇଦେବ।
ଭାରତ ଯେଉଁ ସ୍ୱପ୍ନ ଦେଖୁଚି ଆଜି ତାହା ସାରା ବିଶ୍ୱକୁ ଚକିତ କରି ଦେଲା ଭଳି ଆଶ୍ଚର୍ଯ୍ୟ, ଯାହାକୁ ଅନାଇ ବସିଛି ବିଶ୍ଵ ବ୍ରହ୍ମାଣ୍ଡ । ଏହି ଉପଲକ୍ଷ୍ୟେ ବାଲୁଗାଁ ସରସ୍ବତୀ ଶିଶୁ ମନ୍ଦିର ପ୍ରତିଷ୍ଠାନରେ ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ବାବଧାନରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଭଗବାନଙ୍କ ଉଦେଶ୍ୟରେ ଦ୍ୱୀପ ଦାନ କରିବା ସହିତ ଦଶମିନିଟ ନୀରବ ପ୍ରାଥନା କରିଥିଲେ । ଏହି କାର୍ଯ୍ଯ କ୍ରମ ଚନ୍ଦ୍ରାୟନ ର ସଫଳ ନିମନ୍ତେ ସାମୁହିକ ଭାବରେ ବିଶ୍ୱନିୟନ୍ତାଙ୍କ ପାଖରେ ପ୍ରାଥନା କରାଯାଇଛି ।
ଏଥିରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସମେତ ସମସ୍ତ ଗୁରୁଜୀ, ଗୁରୁମା ଏବଂ ବିଦ୍ୟାଳୟର ପୂର୍ବତନ ସଭାପତି ଡି.କେ. ଲାଖୋଟିଆ ଯୋଗ ଦେଇ ଭଗବାନଙ୍କ ନିକଟରେ ଚନ୍ଦ୍ରୟାନ ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି । ସଫଳ ପଥେ ଚନ୍ଦ୍ରାୟନ ପାଇଁ ଆଉ କିଛି ମୁହୂର୍ତ ବାକି ରହିଥିବା ବେଳେ ଭାରତୀୟ ବୈଜ୍ଞାନିକ ମାନେ ଅତ୍ୟନ୍ତ ଉତ୍କଣ୍ଠିତ ହୋଇ ସଫଳତା ଆଡ଼କୁ ଅଗ୍ରସର କରାଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କ ନଜର ସାଟେଲାଇଟ ମାଧ୍ୟ୍ୟମରେ ଟିଭି, ମୋବାଇଲ ଉପରେ ।