ଔଷଧ ବିକଳରେ ତାଟିଆ କାମୁଡି ବିରୋଧୀ ଦଳ ନେତା ମାନେ ମାହାଙ୍ଗା ବିକାଶରେ ବାଧକ ସାଜି କେବଳ ଅପପ୍ରଚାର ଓ ଅପନିନ୍ଦା ଦେବାକୁ କାର୍ଯ୍ୟ କରିବା କୁ ସବୁସ୍ତରରେ ନିନ୍ଦା କରାଯାଉଛି .
୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ବିରୋଧୀମାନେ ଶାସକ ବଜେଡ଼ିକୁ ଟାର୍ଗେଟ କରି ବଦନାମ କରିବାକୁ ପଛେଉ ନାହାନ୍ତି, ଏପରିକି ଜଣେ ପୂର୍ବତନ ବଦନାମ ନେତାଙ୍କ ପୁତ୍ର ଚାକିରୀ ଛାଡି ପାଞ୍ଚ ବର୍ଷ ହେବ ଭୁବନେଶ୍ୱରରେ ଡେରା ପକାଇ ବସିଥିବା ବେଳେ ନିଜର ଅପାରଗତା ଯୋଗୁ ଆଜି ଯାଏ ତାଙ୍କୁ ସଠିକ ଭାବେ ଦଳୀୟ ନେତୃମଣ୍ଡଳୀ ରେ ପରିଚିତ ହୋଇ ପାରିଲେନି, ଯାହା ଫଳରେ ନେତା ହେବାକୁ ବସିଥିବା ବାବୁ ଏବେ ମାହାଙ୍ଗା ରେ ବିରୋଧୀ ମାନଙ୍କ ସହ ଭିତିରି ହାତ ମିଳେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳକୁ ବଦନାମ କରି ଜେନେତେନେ ପ୍ରକାର ପ୍ରତାପ ଙ୍କୁ ହଟାଇବାକୁ ଲାଗିପଡିଛନ୍ତି, ଯେଉଁମାନଙ୍କ ପାଇଁ ପିତା ବିଧାନସଭାରେ କେଳେଙ୍କାରୀ କରି ମାହାଙ୍ଗା ଙ୍କୁ ସାରା ରାଜ୍ୟରେ ବଦନାମ କରି ବିଜେଡି ଦଳରୁ ବିଦାହୋଇଥିଲେ
ଏବେ ପୁତ୍ର ସେଇ ସଡଯନ୍ତ୍ରକାରୀଙ୍କ କବଜାରେ ପଡି ସେମାନଙ୍କର ମୋହରା ସାଜି ମାହାଙ୍ଗା ରେ ନବୀନ ବାବୁଙ୍କ ବିଜେଡି ଦଳକୁ କଳଙ୍କିତ କରୁଛନ୍ତି, ବିଜେଡି ଦଳକୁ ବଦନାମ କରିବା ପାଇଁ ପିତାଙ୍କ ର ଜଣେ ଖାସ ଅନୁଗତ୍ୟଙ୍କୁ ମାଲ ଯୋଗାଇ ଦଳ ବିରୁଦ୍ଧରେ ଷଡଯନ୍ତ୍ର ରଚୁଛନ୍ତି, ଈର୍ଷାନ୍ବିତ ହୋଇ ପ୍ରତ୍ୟେକ ଘଟଣାରେ ମାହାଙ୍ଗାର ବିକାଶ ପୁରୁଷ ପ୍ରତାପ ଜେନାଙ୍କୁ ଯୋଡି ଟିଭି ପରଦାରେ ଭାଷଣ ମାରି ନିଜ ସ୍ୱାର୍ଥ ପାଇଁ ମାହାଙ୍ଗା କୁ ସାରା ରାଜ୍ୟରେ ବଦନାମ କରୁଛନ୍ତି, ନୁର୍ତ୍ତାଙ୍ଗ ଡବଲ ମର୍ଡର ହେଉ ବା ଗୋକନ ନାବାଳିକା ଛାତ୍ରୀ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ଜେନେ ତେନେ ପ୍ରକାର ପ୍ରତାପଙ୍କ ନାମ ଯୋଡି ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ସାରା ରାଜ୍ୟରେ ବଦନାମ କରି ଅପନିନ୍ଦା ଦେଉଛନ୍ତି, କିନ୍ତୁ ପ୍ରତାପ ସବୁବେଳେ ନବୀନ ବାବୁଙ୍କ ସ୍ଵଛ ଶାସନ ପ୍ରମାଣ ଦେବାକୁ ଯାଇ ଅଭିଯୁକ୍ତ ମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି,
ଯାହା ସ୍ୱରୂପ ନୁର୍ତ୍ତାଙ୍ଗ ଡବଲ ମର୍ଡର ଘଟଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରଫ ହୋଇ ଜେଲ ଯାଇଥିବା ବେଳେ ଏବେ ମଧ୍ୟ ନାବାଳିକା ମୃତ୍ୟୁ ଘଟଣାକୁ ଚାପିବା ଅଭିଯୋଗରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରଫ ହୋଇ ଜେଲ ଯାଇଥିବାବେଳେ ଆଇନ ସଂମାନ ଜଣେଇ ଚୁପ ରହିଛନ୍ତି ପ୍ରତାପ, ନବୀନ ବାବୁଙ୍କ ନୀତି ଆଦର୍ଶକୁ କଡାକଡି ଭାବେ ମାହାଙ୍ଗା ରେ ପ୍ରତାପ ସଂକଳ୍ପ ନେଇଛନ୍ତି, ହେଲେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ, କିନ୍ତୁ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣକ ମାହାଙ୍ଗା ବିଜେଡ଼ି ନେତା ହେବାପାଇଁ ସ୍ୱପ୍ନ ଦେଖୁଛନ୍ତି ସେ କିପରିଭାବରେ ବିଜେଡ଼ି ଦଳ ବିରୁଦ୍ଧରେ ବିରୋଧୀମାନଙ୍କ ସହ ହାତମିଳାଇ ନବୀନ ସରକାରଙ୍କୁ ବଦନାମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି, ଏପରିକି କେନ୍ଦ୍ର ସରସକାରଙ୍କ ଅଧୀନରେ କାର୍ଯ୍ୟ କରି ପୁଳାପୁଳା କଲା ଟଙ୍କା ଅର୍ଜନକରି ସେ ଟଙ୍କାକୁ ବିଜେଡି ଦଳ ବିରୁଦ୍ଧରେ ପ୍ରୟୋଗ କରି ମାହାଙ୍ଗା ରେ ଅସ୍ଥିରତା ସୃଷ୍ଟି କରୁଛନ୍ତି,
ପିତା ଯେଉଁ ମାନଙ୍କୁ ଧରି ମହାଦୁର୍ନୀତିରେ ପଡିବା ସହ ଦଳରୁ ବିଦା ହୋଇଥିଲେ ପୁତ୍ର ଏବେ ସେଇ ମାନଙ୍କ ଜାଲରେ ଛନ୍ଦି ହୋଇ ବଜେଡିକୁ ବଦନାମ କରୁଛନ୍ତି, କିନ୍ତୁ ମାହାଙ୍ଗା ବାସୀ ପ୍ରତାପଙ୍କ ବିକାଶ ମୁଖୀ ମାହାଙ୍ଗା ଗଠନରେ ସାମିଲ ହୋଇ ମିଥ୍ୟା ଅପବାଦ ଓ ଅପପ୍ରଚାର ର କଡା ଜବାବ ଦେଇଛନ୍ତି, ଯେଉଁ ଡବଲ ମର୍ଡର ଘଟଣାରେ ବିରୋଧୀ ମାନେ ପ୍ରତାପ ଙ୍କ ନାମକୁ ଯୋଡି ବଦନାମ କରୁଥିଲେ ସେଇ ନୁର୍ତ୍ତାଙ୍ଗ ପଂଚାୟତ ସରପଞ୍ଚ ଉପନିର୍ବାଚନରେ ପ୍ରତାପଙ୍କ କ୍ୟାଣ୍ଡେଟ କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ସହ ନୁର୍ତ୍ତାଙ୍ଗ ପଂଚାୟତରେ ଶାନ୍ତିର ମୂଳଦୁଆ ପକାଇଛନ୍ତି, ଯାହାକି ପ୍ରମାଣ କରିଛି ମାହାଙ୍ଗା ରେ ପ୍ରତାପଙ୍କ ଲୋକ ପ୍ରିୟତା ଓ ସ୍ୱଚ୍ଛତା,
ଔଷଧ ବିକଳରେ ତାଟିଆ କାମୁଡି ବିରୋଧୀ ଦଳ ନେତା ମାନେ ମାହାଙ୍ଗା ବିକାଶରେ ବାଧକ ସାଜି କେବଳ ଅପପ୍ରଚାର ଓ ଅପନିନ୍ଦା ଦେବାକୁ କାର୍ଯ୍ୟ କରିବା କୁ ସବୁସ୍ତରରେ ନିନ୍ଦା କରାଯାଉଛି, ଯେଉଁ ବାବୁ ଚାରିଆଡେ କହି ବୁଲୁଛନ୍ତି ମତେ ବିଜେଡି ଟିକେଟ ଦିଅ ଦିଅ ସେ ବାବୁଙ୍କୁ ମାହାଙ୍ଗା ବାସୀ ଆଜି ଯାଏ ସଠିକ ଭାବରେ ଜାଣିନାହାନ୍ତି , ତେବେ ଏତିକି ଜାଣିବା ଦରକାର ଯେ ବିଧାନ ସଭାରେ କର୍ମଚାରୀ ନିଯୁକ୍ତି ରେ କେଲେଙ୍କାରୀ କରି କଳା ଟଙ୍କା ଅର୍ଜନ କରିଥିବା ନେତାଙ୍କ ପୁତ୍ର ହେଉଛନ୍ତି ଏହି ଅବସରପ୍ରାପ୍ତ କର୍ମଚାରୀ