ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ) ,ପାରଳଖେମୁଣ୍ଡି :- ମାଲକାନଗିରି ଜିଲ୍ଲାର ସର୍କିଟ ହାଉସ ପରିସରରେ ଆଜି ଏସ୍.ୟୁ. ଜେ ୟୁନିଟ୍ ରାଜ୍ୟ ସଭାପତି ଅଜୟ କୁମାର ସାହୁଙ୍କ ଆହ୍ବାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ କରୋନା ସଂକ୍ରାନ୍ତିୟ ନିୟମ ଅନୁସାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା, ସୁରକ୍ଷା ଓ ବିଭିନ୍ନ ସରକାରୀ ଯୋଜନା ରେ ସାମିଲ୍ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା ।ଏହି ସମ୍ମିଳନୀରେ ସାତଟି ବ୍ଳକ ଓ ଦୁଇଟି ପୈରପରିଷଦର ବହୁ ସଂଖ୍ୟକ କର୍ମଜୀବୀ ସାମ୍ବାଦିକ ଯୋଗ ଦେଇଥିଲେ ।ଏହି ସମ୍ମିଳନୀ ରେ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ଅଜୟ କୁମାର ସାହୁ ଆନୁଷ୍ଠାନିକ ଭାବେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ ସମ୍ମିଳନୀ କୁ ଉଦ୍ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ନୃସିଂହ ଚରଣ ମହାନ୍ତି, ମିଲୁ ପଟ୍ଟନାୟକ, ରଂଜିତ ସାହା ଓ ସର୍ବେଶ୍ଵର ବରାଳ ମଞ୍ଚାସୀନ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।
ଏହି ସମ୍ମିଳନୀରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ମିଲୁ ପଟ୍ଟନାୟକ, ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ,ଉପସଭାପତି ଭାବେ ଜୟନ୍ତ ତିଆଡି , ପଞ୍ଚାନନ ଦାଶ , ସାଙ୍ଘଠନିକ ସମ୍ପାଦକ ହେମନ୍ତ ପଟ୍ଟନାୟକ ଓ ଯୁଗ୍ମ ସମ୍ପାଦକ ସୂରୋଜ କୁମାର ବେହେରା, ନାରାୟଣ ପଢ଼ିଆରୀ ଓ କୋଷାଧ୍ୟକ୍ଷ ତ୍ରିଲୋଚନ ଦାଶଙ୍କ ସହିତ ଜିଲ୍ଲା ସାମ୍ବାଦିକ ସଙ୍ଘଠନର ଉପଦେଷ୍ଟା ଭାବେ ରଞ୍ଜିତ କୁମାର ସାହା ଓ ନୃସିଂହ ଚରଣ ମହାନ୍ତିଙ୍କୁ ରାଜ୍ୟ ସଭାପତି ମୋନନିତ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାହୁ ନବନିର୍ବାଚିତ କମିଟିଙ୍କୁ ଶପଥ ପାଠ କରେଇବା ସହ ଆଗାମୀ ଦିନରେ ଏହାକୁ ରାଜ୍ୟର ଏକ ଅଗ୍ରଣି ସଂଘଟନ ଭାବେ ପରିଚିତ କରିବାକୁ ଆହ୍ବାନ ଦେଇଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ ଆଶିଷ ବାଇନ, ଗୋବିନ୍ଦ ମଣ୍ଡଳ, ଅଶିମ ବିଶ୍ୱାସ, ଦିଲ୍ଲୀପ ପଟ୍ଟନାୟକ, ବାଲାଜି ଆଚାରୀ , ଅଭିନାଶ ବେହେରା, ସଞ୍ଜୟ ସରକାର, ବିବେକାନନ୍ଦ ନାଥ,, ବିଭୁଦାନ ସଗରିଆ, ସୁଜିତ କୁମାର ପଟ୍ଟନାୟକ, ସ୍ୱାଧୀନ କୁମାର ବେହେରା, ବି.ଡି. ସାହାନି ଓ ଜ୍ୟାତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ)