No Result
View All Result

୨୧ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଅଞ୍ଚଳ। ଏହି ଦୁର୍ଗମ ଅଞ୍ଚଳ ଗଞ୍ଜେଇ ଚାଷ ସହ ଗଞ୍ଜେଇ ଚୋରା କାରବାର ପାଇଁ ଚର୍ଚ୍ଚାରେ ରହିଛି। ସ୍ଥାନୀୟ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏହି ଥାନାରେ ନିଯୁକ୍ତି ପାଇବା ଦିନ ଠାରୁ ଗଞ୍ଜେଇ ଚୋରା କାରବାର କରୁଥିବା ବ୍ୟବସାୟୀଙ୍କ ନିଦ ହଜେଇ ଦେଇଥିବା ଦେଖିବାକୁ ମିଳିଛି। ଚୋରା ବ୍ୟବସାୟୀ ବିଭିନ୍ନ ପ୍ରକାର ଯୋଜନା କରି ଚୋରା କାରବାର କରୁଥିବା ଲୋକଙ୍କ ଯୋଜନା ଗୁଡ଼ିକୁ ପଣ୍ଡ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଗତ କାଲି ଲୁହାଗୁଡ଼ି ନାକା ଗେଟ ଠାରେ ଏବଂ ସେହି ଆଖ ପାଖ ଅଞ୍ଚଳରେ ନିଜର କର୍ମଚାରୀଙ୍କୁ ଧରି ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଦୃତଗତିରେ ମିନି ଟ୍ରକ ଯିବାର ଦେଖି ତାକୁ ଅଟକାଇବାରୁ ପୋଲିସକୁ ଦେଖି ଚାଳକ ସହ ଅନ୍ୟମାନେ ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୌଡ଼ି ପଳାଇଥିଲେ।
ପୋଲିସ ଗାଡିଟିକୁ ତଦନ୍ତ କରିବାରୁ ଦେଖାଗଲାଯେ ସେଥିରେ ୧୩୫ଟି ଜରି ବ୍ୟାଗରେ ୪୩୪୯ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସେହି ଗଞ୍ଜେଇ କୁ ସ୍ଥାନୀୟ ଅଧିକାରୀ ମାନଙ୍କ ସମ୍ମୁଖରେ ଜବତ କରି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ଗଜପତି ଏସ ପି ସ୍ଵାତୀ ଏସ କୁମାର ମୋହନା ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ବେଳେ ଆର. ଉଦୟଗିରି ଏସ ଡି ପି ଓ ଅଶ୍ଵିନୀ ନାୟକ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଉପସ୍ଥିତ ଥିଲେ। ଏହି କେସ ର ତଦନ୍ତ କରି ଅଧିକାରୀ ଏସ ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ କରୁଥିବା ଜଣାପଡିଛି। ଏହି ଅଞ୍ଚଳରେ ଗଞ୍ଜେଇ ଚୋରା କାରବାର କରୁଥିବା ଲୋକ ଆଗାମୀ ଦିନରେ ଏହି ବ୍ୟବସାୟ ନ ଛାଡ଼ିଲେ ବିହୀତନିଆ ଯିବ ବୋଲି ଜଣାପଡିଛି।

No Result
View All Result