ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ) ,ପାରଳଖେମୁଣ୍ଡି :- ନିଖିଳ ଉତ୍କଳ ବିଶ୍ଵକର୍ମା ସମିତିର ଗଜପତି ଜିଲ୍ଲା ସମ୍ପାଦକ ରାମଚନ୍ଦ୍ର ମହାରଣାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ହାଇଦ୍ରା ବାଦ୍ ସ୍ଥିତ ତାଙ୍କ ପୁଅ ଡାକ୍ତର ଦୀପକ ମହାରଣାଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ । ସେ ଜଣେ ଏକା ଧାରରେ ଛାତ୍ର ବସ୍ରଳ ଓ ସମାଜ ସେବୀ ଥିଲେ । ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ, ପି. କ୍ରୀଷ୍ଣା, ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ସଭା ପତି ଗରୁଡ଼ ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ବାରିଷ୍ଟ୍ ସାମ୍ବାଦିକ ଗଣେଶ ରାଜୁ,
ରଶ୍ମିରଞ୍ଜନ ମିଶ୍ର, କୃଷ୍କ୍ କୁମାର ବେହେରା, ଶିଶିର ଗୌଡ, ଡିଜେନ ପାଢ଼ୀ ପ୍ରମୁଖ ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତୋପୋ ପରିବାରଙ୍କୁ ସମେବେଦ ନା ଜଣାଇଛନ୍ତି । ତାଙ୍କ ପରଲୋକ ରେ ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ରାଜ୍ୟ ଶାଖା ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯିବା ସହ ତାଙ୍କର ଆତ୍ମାର ସଦଗତି କାମନା କରି ବିଶ୍ଵକର୍ମା ସମିତିର ରାଜ୍ୟ ସଂଗଠନ ସମ୍ପାଦକ ମନୋରଞ୍ଜନ ମହାରଣା ଏକ ଶୋକ ବାର୍ତ୍ତାରେ ଜଣାଇଛନ୍ତି । ରାମଚନ୍ଦ୍ର ମହାରଣାଙ୍କ ପରଲୋକ ବେଳେ ହାଇଦ୍ରାବାଦ୍ ଠାରେ ତାଙ୍କ ସାନଭାଇ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ସିମଞ୍ଚାଳ ମହାରଣା ଉପସ୍ଥିତ ଥିଲେ । ( ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ)