ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ) କଟକ :- ପେଶାରେ ଶିକ୍ଷକ ହେଲେ ନିଶା ବନ୍ୟା ଜନ୍ତୁ ଶିକାର କରି ମୂଲ୍ୟବାନ ଜିନିଷକୁ ବାହାରକୁ ଚାଲାଣ କରି କୋଟିକୋଟି କଳା ଟଙ୍କା ଉପାର୍ଜନ କରିବା, ଏହି ନିଶାରେ ବଜ୍ରକାପ୍ତା ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଜଣେ ପ୍ରଧାନ ଶିକ୍ଷକ କୁ ଗିରଫ କରିଛି କଟକ ଜିଲା ଆଠଗଡ଼ ବନବିଭାଗ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଚୈଦ୍ବାର ଅଂଚଳ କୟଳପଡା ସ୍ଥିତ ସରକାରୀ ୟୁଜିୟୁପି ସ୍କୁଲର ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବେହେରା । ଗିରଫ ପ୍ରଧାନ ଶିକ୍ଷକଙ୍କ ଘର ବଡ଼ମ୍ବା ଥାନା ଗୋପପୁର ଗାଁ ରେ ବୋଲି ଜଣାପଡିଛି, ଆଠଗଡ ଖୁଣ୍ଟୁଣୀ ବନବିଭାଗ ରେଞ୍ଜର ମାଗୁଣି ବେହେରା ଙ୍କ କହିବା ଅନୁଯାଇ ଗିରଫ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଜେରା କରିବାରୁ ବଜ୍ରକାପ୍ତା ଚାଲାଣ ଏହି ମାଷ୍ଟର ମାଇଣ୍ଡଙ୍କ ବିଷୟରେ ପ୍ରଥମେ ସୁରାକ ପାଇ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା, ତଦନ୍ତକାରୀ ଟିମ୍ ।
ଅଭିଯୁକ୍ତର ଫୋନ୍ ଟ୍ୟାପିଂ କରାଯାଇଥିବାବେଳେ ସେ ବାରମ୍ବାର ଫୋନ ସିମ ବଦଳାଇ ଚକମା ଦେଉଥିଲା, ଶେଷରେ ବନବିଭାଗ ପକ୍ଷରୁ ସାଇବର ପୋଲିସ ସହାୟତା ନିଆଯାଇ ମାଷ୍ଟର ମାଇଣ୍ଡ ପ୍ରଧାନ ଶିକ୍ଷକ ଙ୍କୁ ଠାବ କରାଯିବାସହ ତାଙ୍କୁ ଢେଙ୍କାନାଳରୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ଅଧିକ ତଥ୍ୟ ହାସଲ ପାଇଁ କୋର୍ଟ ଅନୁମତି ଆଣି ଅଧିକ ଜେରା କରାଯିବ ବୋଲି ଜଣାଯାଇଛି, । କିଛି ବର୍ଷ ହେଲା ଆଠଗଡ଼ ବନଖଣ୍ଡରେ ଲଗାତାର ଭାବେ ବିଭିନ୍ନ ବନ୍ୟ ଜନ୍ତୁ ଶିକାର ହେଉଥିବାବେଳେ ଏହି ବନଖଣ୍ଡରେ ଅଭିଜ୍ଞ କର୍ମଚାରୀକୁ ନେଇ ସ୍ପେଶାଲ ଟିମ ଗଠନ କରାଯାଇ ଶିକାରୀ ମାନଙ୍କୁ ସାବାଡ଼ କରିବାକୁ ସାଧାରଣରେ ଦାବୀ ହୋଇଛି, ମୁଖ୍ୟତଃ ବଜ୍ରକାପ୍ତା ରେ ଔଷଧୀୟ ଗୁଣ ଥିବାରୁ ଚୋରା ଚାଲାଣ କାରୀମାନେ ଏହାର ଶିକାର ଏତେ ମାତ୍ରାରେ କରୁଛନ୍ତି ଜେ ଆଉ ଦିନ କେଇଟାପରେ ଏମାନଙ୍କ ବଂଶ ନିପାତ ନହେଇ ଯିବ କିଏ କହିବ, ଏହାର ଚାହିଦା ବିଦେଶରେ ଅଧିକ ଥିବାରୁ ଏହା ଉପରେ ଶିକାରୀଙ୍କ ଆଖି । (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )