୨୦ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ସିକୋ :->ବେଗୁନିଆ ବ୍ଲକ ରାଧାକାନ୍ତପୁର ପଞ୍ଚାୟତ ଚକାପଦା ଗ୍ରାମର ଆରାଧ୍ୟ ଠାକୁରଶ୍ରୀ ଶ୍ରୀ କପିଳେଶ୍ଵରର ଦେବଙ୍କ ମନ୍ଦିର ପରିସରରେ ମନ୍ଦିର ପରିଚଳନା ସମିତି ଆନୁକୂଲ୍ୟରେ ଶନିବାର ଅପରାହ୍ନରେ ଏକ ସାହିତ୍ୟ ଆସର ଅନୁଷ୍ଠିତହୋଇଯାଇଛି।ଓଡ଼ିଆ ସାହିତ୍ୟରେ ଦେଶପ୍ରେମ” ଶୀର୍ଷକ ଏହି କବିତା ପାଠ ଓ ଆଲୋଚନା ଚକ୍ରରେ ସମାଜସେବୀ ବୈଦ୍ୟନାଥ ରଣା ସଭାପତିତ୍ବ କରିଥିଲେ । କବୟତ୍ରୀ ଯୋଜନୀବାଳା ପଣ୍ଡାଙ୍କ ମଙ୍ଗଳା ଚରଣ ପାଠ ସହ ଉତ୍ସବର ଶୁଭାରମ୍ଭ ପରେ କାର୍ଯ୍ୟକ୍ରମ ଅବାହିକା କବୟିତ୍ରୀ ଗୀତାଞ୍ଜଳି ମହାପାତ୍ର କବିତା ପାଠ ଶୀର୍ଷକ ସମ୍ବନ୍ଧୀୟ ନିର୍ଯ୍ୟାସ ପ୍ରଦାନ କରି ଥିଲେ।ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହ ଆବାହନୀ ସଙ୍ଗୀତ ଗାନ କରିଥିଲେ। ଏଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ , ବାଗ୍ମୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର, ଅଵସର ପ୍ରାତ୍ର ପ୍ରଧାନଶିକ୍ଷକ ତଥା କବି ସୂଦର୍ଶନ ପ୍ରଧାନ ,
ଶିକ୍ଷାବିତ୍ ଗୋଦାବରୀଶ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପ୍ରତ୍ୟେକ ନାଗରିକଙ୍କ ମନରେ ଅପୂର୍ଵ ଦେଶ ପ୍ରେମ ଭାବ ଜାଗ୍ରତ କରାଇ ମା ‘ ଓ ମାଟି ମନସ୍କ କରାଇବା ରେ ଓଡ଼ିଆ ସାହିତ୍ୟର କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହାକୁ ବିଭିନ୍ନ ଉଦାହରଣ ଦେଇ ଅବତାରଣା କରିଥିଲେ।କବି ପ୍ରସନ୍ନ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ,କବି ଜଗଦୀଶ ଚନ୍ଦ୍ର ପାତ୍ର, ଗଙ୍ଗାଧର ଓଝା,ଜମ୍ବେଶ୍ୱର ମଙ୍ଗରାଜ , ପ୍ରଦୀପ ବଳିୟାରସିଂହ ପୂର୍ବତନ ସେନାଧିକାରୀ ବସନ୍ତ କୁମାର ହୋତା,ସମାଜସେବୀ ବ୍ରଜବନ୍ଧୁ ପଣ୍ଡା,ଶ୍ରୀବତ୍ସ ପାଣିଗ୍ରାହୀ ,ଅଶ୍ୱନି କୁମାର ପଟନାୟକ,ସତ୍ୟବ୍ରତ ପାଣିଗ୍ରାହୀ,ପ୍ରଦୀପ କିଶୋର ତ୍ରିପାଠୀ, ସୁରେଶ କୁମାର ସାହୁ, ସୁରେନ୍ଦ୍ର ନାଥ ପଣ୍ଡା, ଗୌର ଚରଣ ସାମନ୍ତରାୟ, ସତ୍ୟବାଦୀ ସାହୁ, ରାଜ କିଶୋର ସାହୁ,ଅଭିମନ୍ୟୁ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶେଷରେ ଗାୟକ ହରିହର ମହାପାତ୍ର ଉଦ ଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ସମାଜସେବୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ .