୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାଜ୍ୟ ସରକାରଙ୍କ ନିର୍ଦେଶ ପ୍ରକାରେ ଆର,ଉଦୟଗିରି ବ୍ଳକରେ ଅଗଷ୍ଟ ୧୫ରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ ଏବଂ ଓଡିଶା ସରକାର ମଧୁବବୁ ପେନସନ୍ ଯୋଜନାରେ ୧୭୪ ଜଣ ନୁତନ ହିତାଧିକାରୀଙ୍କୁ ଭାବେ ମଧୁବାବୁ ପେନସନ ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମେମ୍ବର ବାଲା ରାଜୁ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଡିଓ ,ବ୍ଳକ ଅଧ୍ୟକ୍ଷ ,
ଭାରପ୍ରାପ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ , ଉପାଧ୍ୟକ୍ଷା ଓ ବ୍ଳକର ସମସ୍ତ ସରପଞ୍ଚ , ସମିତିସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ । ଏଥିରେ ବ୍ଳକର ୧୮ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୭୪ ଜଣ ବିଧବା, ବାଦ୍ଧକ୍ୟ, ଦିବ୍ୟାଙ୍ଗ, ଅବିବାହିତ ଓ ସ୍ବାମୀ ପରିତ୍ୟାଗ ମହିଳାଙ୍କୁ ନୂତନ କରି ଭତ୍ତା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦଭାନୁ କରିଥିବା ପରିଚାଳନା କରିଥିବା ବ୍ଳକ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।