ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କୋରାପୁଟ ଗ୍ରସ୍ତ

୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )କୋରାପୁଟ :-> ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଜ୍ଯୋତିରଞ୍ଜନ ମିଶ୍ର ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗ୍ରସ୍ତ ରେ ଆସି ଫେରିଯାଇଛନ୍ତି । ଶ୍ରୀ ମିଶ୍ର ଗ୍ରସ୍ତ ସମୟରେ କିଛି ବିଦ୍ୟାଳୟ ପରିଦର୍ଶନ କରିବା ସହିତ କେତେକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥି। ଏହି ଅବସରରେ ସେ ପୋଡାଗଡ ବିଦ୍ୟାଳୟ ସହିତ , ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କୁ ପରିଦର୍ଶନରେ ଆସିଥିବା ବେଳେ ଗୋଷ୍ଟୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ବେହେରା ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ବ୍ଲକର ଶିକ୍ଷାବ୍ୟବସ୍ଥା ସମ୍ପର୍କରେ ସେ ଆଲୋଚନା କରିବା ସହିତ ଅନ୍ଯାନ୍ଯ ବିଷୟରେ ପଚାରିବୁଝିଥିଲେ। ଏଠାରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ସ୍ବାଗତ କରାଯାଇଥିଲା । ପରେ ଶ୍ରୀ ମିଶ୍ର ସ୍ଥାନୀୟ ଜଗନ୍ନାଥ ମନ୍ଦିର କୁ ଯାଇ ଦର୍ଶନ କରିବା ସହିତ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ ।

ପରେ ମିନାପାଇ ସହିତ କାକିରିଗୁମା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ , ଓ ହାଇସ୍କୁଲ ପରିଦର୍ଶନ କରିଥିଲେ । ତାଙ୍କ ଏହି ସମୟରେ ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ , ପେଡାଗଜି ଚନ୍ଦ୍ରକଳା ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟ କୁ ଯାଇ ବିଡିଓ ପ୍ରିତୀରଞ୍ଜନ ରଥଙ୍କ ଙ୍କ ସହିତ କେତେକ ବିଷୟରେ ଆଲୋଚନା କରିଥିଲେ । ଗ୍ରସ୍ତ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଜିଲାର ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି ସେସମ୍ପର୍କରେ ଅନୁଧ୍ୟାନ ସହିତ ପରିଦର୍ଶନ କରିବା, ଶିକ୍ଷା ଦାନ ଓ ବିଭାଗର ବିଭିନ୍ନ ବ୍ଯବସ୍ଥା କିପରି ଚାଲିଛି ତାହା ଦେଖିବା ସହିତ କାର୍ଯ୍ଯ କାରିତା ଉପରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କଲିବୋଲି। ସେହିପରି ଦୁଇ ଦଶନ୍ଧି ତଳର ଶିକ୍ଷା ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ସୂଚନା ଯୋଗ୍ୟ ଶ୍ରୀ ମିଶ୍ର ଲକ୍ଷ୍ମୀପୁର ବ୍ଲକରେ ୨୦୦୦ ମଶିହାରୁ ୨୦୦୪ପର୍ଯ୍ୟନ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ । ତାଙ୍କ ସମୟ ବହୁ ଊନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା ।