ରାୟଗଡ଼ା ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ା :-> ରାୟଗଡ଼ା ଆଜାଦ୍ ହିନ୍ଦ୍ ୟୁଥ୍ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବିଜୁ ପଟନାୟକ ଆଡିଟୋରିଅମ ଠାରେ ୭୭ ତମ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ “Poverty in Rayagada “ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ! ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ରାୟଗଡା ର ସୁପରିଚିତ ଜନ ନେତା ଶ୍ରୀ ଏନ. ଭାସ୍କର ରାଓ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ପୂର୍ବତନ ପ୍ରାଧ୍ୟାପକ ତଥା ବର୍ତମାନ ରାୟଗଡ଼ା ମହିଳା ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଡ଼ଃ . ଦୁଷ୍ମନ୍ତ କୁମାର ମହାନ୍ତି ମହୋଦୟ ଉପସ୍ଥାପନା କରିଥିଲେ । ସମ୍ମାନୀୟ ଅତିଥି ଭାବେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ.ବବିଲତା ଶ୍ରଫ ଯୋଗ ଦେଇ ନିଜର ବକ୍ତବ୍ୟ ରେ ଦାରିଦ୍ର୍ୟତା ଓ ଏହାର ଦିଗ, କାରଣ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ! ଡ଼ଃ. ମାନସୀ ମହାନ୍ତି, ରାଜନୀତି ବିଜ୍ଞାନ ଅଧ୍ୟାପିକା ସ୍ୱପ୍ରସ୍ତୁତ ମତାମତ ଉପସ୍ଥାପନ କରି ବିଷୟ ବସ୍ତୁ ଉପରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ ।

ରିବେଷବିତ, ସମାଜସେବୀ ତଥା ସାହିତ୍ୟ ଆଲୋଚକ ଡ଼ଃ. ଗୌରାଙ୍ଗ ଚରଣ ରାଉତ ନିଜ ବକ୍ତବ୍ୟ ରେ ଗାଁ କଥା ବର୍ଣ୍ଣନା କରିଥିଲେ । ଅଧ୍ୟାପକ ଡ଼ଃ. ସୁଧାରାଣୀ ନାୟକ ଏବଂ ଅଧ୍ୟାପକ ଶ୍ରୀ ପି. ଅରୁଣ କୁମାର ନିଜ ନିଜର ଓଜସ୍ୱୀ ବକ୍ତବ୍ୟ ରଖିଥିଲେ । ଶେଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ର ପ୍ରମୁଖ ଭୂମିକାରେ କାର୍ଯ୍ୟରତ ଶ୍ରୀ ବିଶ୍ୱ ଭୂଷଣ ମିଶ୍ର ଶୀର୍ଷକ ବିଷୟ ଉପରେ ନିଜର ମତ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ ଆଜାଦ ହିନ୍ଦ୍ ୟୁଥ୍ ଆସୋସିଏସନ ର ସମ୍ପାଦକ ଶ୍ରୀ ବିନାୟକ କର ।

 

ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇ ମଞ୍ଚ ଉପରକୁ ଆହ୍ୱାନ କରିଥିଲେ ଆଇନଜୀବୀ ଶ୍ରୀ ଅରୁଣ କୁମାର ପାଣିଗ୍ରାହୀ ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଲାୟନ୍ସ କ୍ଲବ ରାୟଗଡା ନାଗାବଳୀ ର ସମ୍ପାଦକ ଶ୍ରୀ ରବି ଶତପଥୀ । କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ଦେଶାତ୍ମବୋଧକ କବିତା ଆବୃତ୍ତି ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା । ଏହି ଉପଲକ୍ଷେ ସନ୍ଧ୍ୟା ରେ ଆଜାଦ ହିନ୍ଦ ଆସୋସିଏସନ ର ସଂଗୀତ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା !