୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୭୭ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଛି।ସମିତି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ତହସିଲ କାର୍ଯ୍ୟାଳୟ ତହସିଲଦାର ସୁନୀଲ କୁମାର ପ୍ରଧାନ,କୃଷି ବିଭାଗରେ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳି ଥାନା ଓ ଓଏଭି ଶାସନ ଆମ୍ବଗାଁରେ ଆଇଆଇସି ଅଭିମନ୍ୟୁ ଦାସ, ଉପଖଣ୍ଡ ଚିକିତ୍ସାଳୟରେ ଅଧିକ୍ଷକ ଡାକ୍ତର ପ୍ରତିଭା କୁମାରୀ ପାତ୍ର, ପୌର ପରିଷଦ କାର୍ଯ୍ୟାଳୟରେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,

ଜଳ ସମ୍ପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ନାୟକ, ଅଗ୍ନିଶମ ବିଭାଗରେ କେନ୍ଦ୍ର ଅଧିକାରୀ ବାଗରାଇ ମୁର୍ମୁ, ଅବକାରୀ ଥାନାରେ ଉପ ନିରୀକ୍ଷକ ସୁମିତ୍ରା ବିଶି,ଜେଏମଏଫସିରେ ବିଚାରପତି ଦୀପ୍ତିମୟୀ ସାହୁ, ରାଧାକୃଷ୍ଣ ପରିବା ବଜାର ସଂଘରେ ସଭାପତି ଅନୀଲ କୁମାର ମହାପାତ୍ର,କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାପତି ଟି. ଅର୍ଚ୍ଚନା ପାତ୍ରଙ୍କ ଗହଣରେ ସହ ସମ୍ପାଦକ ତିରୁପତି ବାଲାଜୀ ପାତ୍ର,ଉପ ନିବନ୍ଧକ କାର୍ଯ୍ୟାଳୟରେ ତହସିଲଦାର ସୁନୀଲ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏସ.ଗିରିଧାରୀ,

ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ,ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଇଂ ଗିରିଶ ଚନ୍ଦ୍ର ନାୟକ,ପଶୁ ସମ୍ପଦ, ଉଠା ଜଳସେଚନ, କ୍ଷୁଦ୍ର ଜଳ ସେଚନ,ଟିପିଏସଓଡିଏଲ କାର୍ଯ୍ୟାଳୟ,ତ୍ରିରଙ୍ଗା ସେବା ସଂଘ,ଅଟୋ ମାଲିକ ସଂଘ ତରଫରୁ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ବିଶେଷତ୍ୱ,ସଂଗ୍ରାମୀ ବୀରପୁତ୍ରଙ୍କ ଦେଶପ୍ରେମ ଓ ବକିଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବିଭିନ୍ନ ବେସରକାରୀ ଅନୁଷ୍ଠାନ,

ଶିକ୍ଷାନୁଷ୍ଠାନ ଗୁଡି଼କରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।ଅନୁରୂପ ଭାବେ ପଞ୍ଚାୟତ ସ୍ତରରେ ସରପଞ୍ଚ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରି ସଂଗ୍ରାମୀ ପୁରୁଷଙ୍କ ସ୍ମୃତିଚାରଣ କରି ଦେଶଭକ୍ତିର ବାର୍ତ୍ତା ପ୍ରଦାନ କରିଥିଲେ।ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ ଶାଖା ପରିଚାଳକ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଜରିଆରେ ସହର ଠାରୁ ଗ୍ରାମାଞ୍ଚଳ ଯାଏଁ ତ୍ରିରଙ୍ଗାମୟ ପରିବେଶ ସୃଷ୍ଟି ହୋଇଥିଲା ।














