୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ସ୍ଥାନୀୟ କଣ୍ଟେଇକୋଳି ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟ।ଳୟରେ ୭୭ ତମ ସ୍ଵାଧୀନତା ଦିବସ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଆଜିର ସଭା ରେ ଅନୁଷ୍ଠାନ ର ଉପସଭାପତି ଶ୍ରୀ ମନୋଜ କୁମାର ସାହୁ ସଭାପତିତ୍ଵ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶୁଭ୍ରାଂଶୁ ପଳେଈ ତହସିଲଦାର ମୋହନା ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଶ୍ରୀ ମଧୁସୂଦନ ପାଢୀ ଯୋଗ ଦେଇଥିଲେ ।ସମ୍ମାନୀୟ ଅତିଥି ଭାବେ ଶ୍ରୀ ଦଣ୍ଡ।ସି ସାହୁ (ସମ୍ପାଦକ), ମାର୍ସାଲ ନାୟକ,

ଶ୍ରୀ ସୁରେନ୍ଦ୍ର ଜେନା (କୋଷ।ଧ୍ୟକ୍ଷ),ଶ୍ରୀ ଶରତ କୁମାର ମଲ୍ଲିକ(ଉପଦେଷ୍ଟା),ଶ୍ରୀ ଦୁର୍ଜ୍ୟାଧନ କର।ଡ(ଉପଦେଷ୍ଟା),,ପରିଚାଳନା କମିଟି ର ସଭ୍ୟ ଶ୍ରୀ ବାବୁ ସାହୁ,ଜୟ ପ୍ରକାଶ ପାଇକ(ସହ –ସମ୍ପାଦକ),ଓକିଲ ସଂଘ ର ସଭାପତି ରବୀନ୍ଦ୍ର କୁମାର ନାୟକ,ଶ୍ରୀ ବଦ୍ରୀନାଥ ସିଂ,ପ୍ରେସ କ୍ଲବ ର ସଭାପତି ଲକ୍ଷ୍ମଣ ଚୌଧୁରୀ,ବିପଦର ବନ୍ଧୁ ର ସଦସ୍ୟ ଶ୍ରୀ ଗୌରହରି ପଲେଇ,ଡୋନର ଅଶୋକ କୁମାର ବେହେରା,ମହମ୍ମଦ ମୁସ୍ତାଫା,ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ମାନ୍ୟବର ତହସିଲଦାର ପ୍ରଥମେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ପତାକା ଉତ୍ତଳନ କରିଥିଲେ ।ଭାଷଣ ମଧ୍ୟମରେ ପିଲାଙ୍କୁ ବହୁ ପ୍ରଶଂସା କରି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ସହିତ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀ ମଧୁସୂଦନ ପାଢୀ ଦିବ୍ୟ।ଙ୍ଗ ପିଲା ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଖୁସି ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ। ବିଦ୍ୟ।ଳୟ ର ଯୋଗ ଶିକ୍ଷକ ଶ୍ରୀ ସୂର୍ଯ୍ୟପତି ବର୍ଧନ ଛାତ୍ରଛାତ୍ରୀ ଙ୍କୁ ପ୍ୟାରେଡ ଶିକ୍ଷା ଦେଇଥିଲେ ତତ ସହିତ ପିଲାଙ୍କୁ ନୃତ୍ୟଶିକ୍ଷା ଦେଇଥିଲେ ସସ୍ମିତା ଲିମା ,ସଙ୍ଗୀତଶିକ୍ଷା ଦେଇଥିଲେ ଏ ଯୁଧିଷ୍ଟିର ପାତ୍ର। ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ଛାତ୍ରଛାତ୍ରୀ ଙ୍କ ନୃତ୍ୟ ଓ ସଙ୍ଗୀତ ରେ ବିମୋହିତ ହୋଇ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ। ଉକ୍ତ ସଭାକୁ ବଧିର ବିଭାଗର ଅଧ୍ୟକ୍ଷ ଶ୍ରୀ ଦାମୋଦର ଦାସ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରି ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।। ଡୋନୋର ଶ୍ରୀ ବେହେରା ସ୍ଵାଧୀନତା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ଙ୍କୁ ନିତ୍ୟବ୍ୟବହାର୍ଜ୍ୟ ଜିନିଷ ସହିତ ମିଷ୍ଠର୍ଣ ବଣ୍ଟନ କରିଥିଲେ। ପରିଷେଶ ରେ ବିଦ୍ୟ।ଳୟର ଶିକ୍ଷକ ଶ୍ରୀ ମହେଶ୍ଵର ସାହୁ ଅତିଥିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲା ।















