ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୦ଟା ୩୦ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ ଓ ବ୍ଳଡ୍ ବ୍ଯାଙ୍କ ମିଳିତ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ଯ ଅତିଥି ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଓ ପୌରପରିଷଦର ପୌରଧ୍ଯକ୍ଷା ନିରୁପମା ଖଟେଇ ଉପସ୍ଥିତ ଥିଲେ।
ଶିବିର ରୁ ମୋଟ ୧୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କ୍ଳବର ସଂପାଦକ ଶ୍ରୀଧର ସାହୁ କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲାବେଳେ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ। ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ମଦନମୋହନ ମହାପାତ୍ର, ମନୋରଂଜନ ପ୍ରଧାନ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜି ରଶ୍ମିରାଜ, ପ୍ରସନ୍ନ କୁମାର ବସନ୍ତିଆ, ସନ୍ତୋଷ କୁମାର ନାୟକ ସମେତ ବହୁ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ।

© 2023 Odisha Taza News.