
ଓଡିଶା ତାଜା ନ୍ୟୁଜ୍ (୩୦ ଜୁନ୍ ମଙ୍ଗଳବାର ) କଟକ ଟାଉନ :- କଟକ ଟାଉନ, ମଙ୍ଗଳବାର , ମହାନଦୀ ବିହାର ଅଂଚଳର ଯାଏ ରେଳ ବାଇ ବିଭାଗର ଟିଟି କରୋନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ ପରେ ତାଙ୍କ ପତ୍ନୀ କରୋନାରେ ପୀଡିତ ହୋଇଛନ୍ତି, ତାଙ୍କ ପୁତ୍ର ଦେହ ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା, ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୃତ ଟିଟି ଙ୍କ ଶଳା ଓ ଶଳାଭାଉଜ କରୋନା ରେ ଆକ୍ରାନ୍ତ ହେଇଛନ୍ତି ତାଙ୍କୁ ଆଜି ରାତିରେ କୋଭିଡ ହସ୍ପିଟାଲ କୁ ନିଆ ଯାଇଛି,
ତାଙ୍କ ଘରକୁ କ୍ଷୀର ଓ ପରିବା ନେଇ ଯାଉଥିବା ଦୁଇ ବ୍ୟକ୍ତି ମଧ୍ୟ ମେଡିକାଲ ରେ ଭର୍ତ୍ତି ହୋଇଥିବାବେଳେ ଏବେ ମହାନଦୀ ବିହାର ବାସିନ୍ଦା ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ମହାନଦୀ ବିହାର ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲାପାଳ ଙ୍କ ନିକଟରେ ବୁଦ୍ଧିଜୀବୀ ମାନେ ଦାବୀ କରିଚନ୍ତି, (କଟକ ଟାଉନ / ରିପୋର୍ଟ – ରଶ୍ମିତା ମହାପାତ୍ର )














