୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଭୁବନ :-> ଭୁବନ ସହରର ସର୍ବ ପୁରାତନ ତଥା ସମ୍ଭ୍ରାନ୍ତ ସାରସ୍ବତ ବାଣୀ ପୀଠ,ବାଣୀ ସାହିତ୍ୟ ସ°ସଦ ର ପ୍ରତିଷ୍ଠାତା ସଭାପତି ରବୀନ୍ଦ୍ର କୁମାର ହୋତା ଙ୍କ ପୈ।ରୋହିତ୍ୟରେ ମନୋଜ୍ଞ କବିତାପାଠ ଉତ୍ସବ ତଥା ବନ୍ଧୁ ମିଳନ ସଙ୍ଗଠିତ ହୋଇ ଯାଇ ଅଛି ।ନୂଆଭୁବନ ସ୍ଥ ରଘୁନାଥ ଭବନରେ ସ°ସଦ ତରଫରୁ ଭାରତ ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରୀ ବର୍ଷ ପୂରଣ ର ଅମୃତ ମହୋତ୍ସବର ପୂର୍ଣ୍ଣାହୁତି ପର୍ବ,
ମହା ସମାରୋହରେ ପାଳିତ ହୋଇଅଛି । ପ୍ରଥମରେ ବାଣୀ ବନ୍ଦନ ଓ ଆବଆହନ ସଭାପତି ଙ୍କ ଦ୍ଵାରା ସଙ୍ଗଠିତ ହୋଇଥିଲା । କବୟିତ୍ରୀ ବିଳାସିନୀ ପୃଷ୍ଠି,ଲୁକେଶ୍ବରୀଶା,ସ°ଯୁକ୍ତା ବେହେରା ପ୍ରିୟମ୍ବଦା ମିଶ୍ର,ଚିତ୍ରଶିଳ୍ପୀ ନାରାୟଣ ସାହୁ,ସେମାନଙ୍କର ସ୍ବରଚିତ କବିତା ଆବୃତ୍ତି କରି ଦେଶର ଅମୃତ ମହୋତ୍ସବର ଜୟ ଗାନ କରିଥିଲେ ।
ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା କବିତା ପାଠ ପୂର୍ବକ ଭାରତର ମୁକ୍ତି ସ°ଗ୍ରାମର ଅନେକ ଅନାଲୋଚିତ ଦିଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଶେଷରେ ସ°ପାଦିକା ବାସନ୍ତୀ କୁମାରୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଆଗାମୀ ସ୍ଵନକ୍ଷତ୍ର ଉତ୍ସବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ମହା ସମାରୋହରେ ପାଳିତ ହେବାର ସ୍ଥିର ହୋଇଥିଲା ।