୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଭୁବନ :-> ପବିତ୍ର ୭୭ ତମ ସ୍ବାଧିନତା ଦିବସ ଅବସରରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୧୧୪ ଜଣ ବୃଦ୍ଧ,ବୃଦ୍ଧା ଅସହାୟ,ନିସହାୟ, ଦିବ୍ୟାଙ୍ଗ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରାଯାଇଥିଲା ।
ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା କାର୍ଡ ସହିତ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, ଉପାଧ୍ୟକ୍ଷ୍ୟା ମାନିନୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।