୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ପାଟକୁରା :-> କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧିନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ପରେ ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଶାସନିକ ସେବା ରେ ସଫଳତା ପାଇଥିବା ବସନ୍ତପୁର ଗ୍ରାମର ମନୋଜ ମହାପାତ୍ର ଏବଂ ସଂଯୁକ୍ତା ମହାପାତ୍ର ଙ୍କ ସୁକନ୍ୟା ସମୀକ୍ଷା ମହାପାତ୍ର ଓ ନିଟରେ ସଫଳତା ପାଇଥିବା

ନରଡା ଗ୍ରାମର ବ୍ରଜ କିଶୋର ସାହୁ ଏବଂ କୁନିଲତା ପୃଷ୍ଟି ଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ସାହୁଙ୍କୁ ବରିଷ୍ଠ ସାମ୍ବାଦିକ ଶ୍ରୀ ନିଳୟକାନ୍ତ ମହାପାତ୍ର ଏବଂ ଛୋଟ ପରଦା ର ଅଭିନେତା ଶ୍ରୀ ମୁକ୍ତିକାନ୍ତ ମହାପାତ୍ର ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ଅଦୈତ ସ୍ମାରକୀ ଟ୍ରଷ୍ଟ ତରଫରୁ ପ୍ରତ୍ୟକଙ୍କୁ ଦଶହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଅତିଥିମାନେ ଉଭୟ ପ୍ରତିଭାଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ଉଜ୍ବଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୀପ୍ତିରଂଜନ କାନୁନଗୋ, ଆଶିଷ ମହାନ୍ତି ଓ ରବୀନ୍ଦ୍ର ମହାପାତ୍ର,ସାମ୍ବାଦିକ ଦୀପକ କୁମାର ମହାପାତ୍ର ଆଶ୍ରୀର୍ବଚନ ଦେବାପରେ ସଭା ସାଙ୍ଗ କରାଯାଇଥିଲା ।