ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କୋରାପୁଟ :-> କୋରାପୁଟ ଜିଲା ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ପ୍ରାପ୍ତ ଅଧ୍ୟକ୍ଷ ବୀରେନ କୁମାର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥିଲେ ।

ବିଶେଷକରି ସ୍ବାଧୀନତା ଆନ୍ଦୋଳନରେ ଦେଶପାଇଁ ଜୀବନ ଉତ୍ସର୍ଗ କରିଥିବା ମହାମନୀଷୀ ମାନଙ୍କୁ ମନେପକାଇ ସେମାନଙ୍କ ସମ୍ପର୍କରେ ଅବତାରଣା କରିବା ସହିତ ଇଂରେଜ ମାନଙ୍କ ବିରୋଧରେ ଲଢ଼େଇ କରି କିପରି ପରାଧିନ ଭାରତକୁ ସ୍ବାଧୀନତା ଅଣାଗଲା ସେନେଇ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ।

ଏଠାରେ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିଲା ବେଳେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ସହିତ ପ୍ରାଧ୍ୟାପକ ଜଗନ୍ନାଥ ରଥଙ୍କ ସହିତ ଅନ୍ଯାନ୍ଯ ଅଧ୍ଯାପ ଅଧ୍ଯାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।