ଏହି ଘଟଣାରେ ପ୍ରେମିକଙ୍କ ଅନ୍ୟ ୫ଜଣ ବନ୍ଧୁ ସହ ଜଣେ ଯୁବତୀ ମଧ୍ୟ ସାମିଲ ହୋଇ ବାରମ୍ବାର ବ୍ଲାକ ମେଲ କରି ଧମକ ଦେଉଥିଲେ
୧୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ମାହାଙ୍ଗା :-> ଅଶୀଳ ଫଟୋ ଭାଇରାଲ ପରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ କଟକ ଜିଲ୍ଲା ମାହାଙ୍ଗା ପୁଲିସ ଜଣେ ଅଭିଯୁକ୍ତ ଯୁବତୀଙ୍କ ସହ ୬ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି, ସୂଚନାରୁ ଜଣା ଯାଇଛି ଯେ ଏହି ଥାନା କୋଳିଆଠା ଗ୍ରାମର ପ୍ରମୋଦ ପଣ୍ଡାଙ୍କ ଏକମାତ୍ର ଝିଅ ତୃପ୍ତି ପ୍ରିୟଦର୍ଶନୀଙ୍କ ବିଭାହ ସ୍ଥିର ହୋଇଯିବା ପରେ ତାଙ୍କର ଜଣେ ବାନ୍ଧବୀ କୌଶଳ କ୍ରମେ ତାର ଉଲଗ୍ନ ଫଟୋ ଓ ଭିଡିଓ ଉଠାଇ ତାଙ୍କ ପ୍ରେମିକଙ୍କୁ ପଠାଇଥିଲେ,

ଏହି ଅଶୀଳ ଭିଡିଓ ଓ ଫଟୋ ପାଇବା ପରେ ପ୍ରେମିକ ଜଣକ ତୃପ୍ତିଙ୍କୁ ଅନୈତିକ ଶାରୀରିକ ସମ୍ପର୍କ ରଖିବାକୁ ଓ ଅର୍ଥ ଦେବାକୁ ଦାବି କରି ଧମକ ଦେଉଥିଲେ, ଏହି ଘଟଣାରେ ପ୍ରେମିକଙ୍କ ଅନ୍ୟ ୫ଜଣ ବନ୍ଧୁ ସହ ଜଣେ ଯୁବତୀ ମଧ୍ୟ ସାମିଲ ହୋଇ ବାରମ୍ବାର ବ୍ଲାକ ମେଲ କରି ଧମକ ଦେଉଥିଲେ, ଶେଷରେ ତୃପ୍ତି ବାଧ୍ୟହୋଇ ଗତ ମାସ 8 ତାରିଖରେ ବେକରେ ରସିଦେଇ ଆତ୍ମହତ୍ୟା କରିଥିଲେ ,

ପରିବାର ଲୋକ ତୃପ୍ତିଙ୍କ ମୋବାଇଲ ଚାଟ ରୁ ସବୁ ଜାଣିବାପରେ ପୁଲିସ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ,ଏଥି ନେଇ ମାହାଙ୍ଗା ଥାନାରେ ଏକ ମାମଲା ରୁଜୁ ହେବାସହ ଆଇଆଇସି ବିଜୟ ମଲ୍ଲିକ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ମାହାଙ୍ଗା ଥାନା କୋଳିଅଠା ,ବାସୁଦେବପୁର, ମେରିପୁର ଓ ଯାଜପୁର ଜିଲ୍ଲା ଗଡମଧୁପୁର ଗ୍ରାମ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି.














