୧୪ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଭୁବନ :-> ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ” ମେରୀ ମିଟି, ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଭୁବନ ଅଞ୍ଚଳରେ ସ୍ଵାଧୀନତା ସଂଗ୍ରାମ ରେ ଅଂଶ ଗ୍ରହଣ କରିଥିବା ସ୍ଵାଧୀନତା ସଂଗ୍ରାମୀ ଙ୍କ ଦାୟଦ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ସମେତ ଗୌରାଙ୍ଗ ଚରଣ ବେହେରା,ନାରାୟଣ ସାହୁ,ପୀତବାସ ସାହୁ ଙ୍କୁ ଉପଢୌକନ,ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଡ ମମତା ପାତ୍ର ସଂଯୋଜନା କରିଥିଲେ । ଅଧ୍ୟକ୍ଷ ଦିଲୀପ କୁମାର ଦାସ “ପ୍ରଜା ଆନ୍ଦୋଳନ ଓ ଭୁବନ ” ସଂପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ସହିଦ ବାଜି ରାଉତ ଙ୍କ ସହ ସହିଦ ହୋଇଥିବା ଲକ୍ଷ୍ମଣ ନାୟକ,ରଘୁ ନାୟକ,ଗୁରି ନାୟକ, ନଟ ମଲିକ, ହୁରୁଷି ପ୍ରଧାନ ଙ୍କ ସ୍ମୃତି ଚାରଣ କରିବା ସହିତ ଆହତ ଓ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ସଂପର୍କ ରେ ଆଲୋକପାତ କରିଥିଲେ ।
ସଂଗ୍ରାମୀ ଙ୍କ ଦାୟଦ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେ଼ଙ୍କାନାଳ ଇତିହାସ ସମ୍ପର୍କରେ ଆଲୋଚନା କରି ଅନେକ ଅନାଲୋଚିତ ସଂଗ୍ରାମୀ ମାନଙ୍କ ସଂପର୍କ ରେ ଆଲୋକପାତ କରିବା ସହିତ ସେମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ପ୍ରୟାସ କରାଗଲେ ସ୍ଵାଧୀନତା ସଂଗ୍ରାମ ଇତିହାସ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।