୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗ୍ରାମର ପ୍ରଦିପ ସ୍ୱାଇଁ ଯିଏ କି ଜନ୍ମର ୬ ମାସ ପରଠାରୁ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ । ଏବଂ ଛୋଟବେଳୁ ତାଙ୍କର ଗୀତ ପ୍ରତି ଦୁର୍ବଳତା ମଧ୍ୟ ଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ନିଜ ଉପରେ ଥିବା ବିଶ୍ୱାସ,ଭରସା କୁ ନ ହରାଇ ଆଗକୁ ଆଗେଇ ଚାଲି ନିଜର ସିମୀତ ସମ୍ବଳ ମଧ୍ୟରେ ସେ ସଙ୍ଗୀତକୁ ନିଜେ ସାଧନା କରି ଗାଁ ରେ କିଛି ଛୋଟଛୋଟ ପୋଗ୍ରାମ ହେଲେ ତାଙ୍କୁ ଲୋକ ଡାକନ୍ତି ସେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାନ୍ତି ।
କିନ୍ତୁ ସବୁପରେ ବି ପ୍ରଦିପ ଙ୍କ ର ଗୋଟେ ସ୍ବପ୍ନଥିଲା କୌଣସି ଏକ କ୍ୟାସେଟ୍ ର ଗୀତ ଗାଇବା ପାଇଁ ଏଥିପାଇଁ ସେ ନିଜର ଚେଷ୍ଟା ,ପରିଶ୍ରମ ଜାରି ରଖିଥିଲେ । ଶେଷରେ ପ୍ରଦିପ ଙ୍କ ଇଛାଶକ୍ତି ଓ ପରିଶ୍ରମ ର ଫଳ ମିଳିଲା । ସେ ଗୋଟେ ମଠରେ ଗୀତ ଗାଉଥିବା ସମୟରେ ତାଙ୍କର ସଂପର୍କ ହେଲା ପ୍ରଯୋଜକ ପ୍ରୀତି ରଞ୍ଜନ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର୍ ଙ୍କ ସହ ଏବଂ ସଙ୍ଗେସଙ୍ଗେ ପ୍ରଦିପ ଙ୍କୁ ନେଇ ଏକ ଗୀତ କରିଥିଲେ
ପ୍ରୀତି ରଞ୍ଜନ “ଏ ମାଟିର ଦ୍ଵିପ ଆଉ ଜଳିବନି”। ପରେ ପୁଣି ଏକ ନୂଆ ଗୀତ ମଧ୍ୟ ପ୍ରଦିପ ଗାଇସାରିଛନ୍ତି ଯାହାର ରେକଡିଂ ଦ୍ଵିପ ଷ୍ଟୁଡିଓ ଭୁବନେଶ୍ୱର ରେ ହୋଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶକ ସନ୍ତୋଷ କୁମାର୍ ଏହି ଗୀତ କୁ ନିର୍ଦ୍ଦେଶନା ଦେଇଥିବା ଜଣାପଡ଼ିଛି । ଏବଂ ୨ଟି ଗୀତର ଭାର ପ୍ରୀତି ରଞ୍ଜନ ନାୟକ ସମ୍ଭାଳିଥିବା ଜଣା ପଡ଼ିଛି ।