୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କୋରାଇ :-> ବ୍ୟାସନଗର ମହାବିଦ୍ୟାଳୟ ନିତ୍ୟ ଯୋଗକକ୍ଷ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କୋରାଇ ମାଟି(ତାଳଗଡିଆ)ର ସୁଯୋଗ୍ୟା ସନ୍ତାନ ସୁଶ୍ରୀ ସୁଚେତା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ପତଂଜଳୀ ପରିବାରର ଭାରତ ସ୍ୱାଭିମାନ ଯାଜପୁର ଜିଲ୍ଲା ସଭାପତି ଅଧ୍ୟାପକ ବିବେକାନନ୍ଦ ଜେନା ପୌରହିତ୍ୟ କରିଥିଲେ।
ଶିକ୍ଷକ ସୁଶାନ୍ତ କୁମାର ମଲିକ କୁମାରୀ ସୂଚେତା ମିଶ୍ରଙ୍କ ପରିଚୟ ପ୍ରଦାନ କରିଥିଲେ ବେଳେ ପ୍ରାଧ୍ୟାପକ କାମଦେବ ଦାସ ଶୁଭେଚ୍ଛା ତାର ଆଗାମୀ କର୍ମମୟ ଜୀବନ ସୁଗମ ହେବାକୁ ଆଶୀର୍ବାଦ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶିକ୍ଷୟିତ୍ରୀ ସୁମିତ୍ରା ରାଉତ, ଯୋଗ ଗୁରୁ ବିଭିଷଣ ନାୟକ ଆଲୋଚନାରେ ଅଂଶଗ୍ରହଣ କରି ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ବଜାୟ ରଖି ବାକୁ ଉପଦେଶ ଦେଇଥିଲେ।
ସେହିପରି ଅନ୍ୟତମ ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ ଆସିର୍ବଚନରେ ଯୋଗ ଓ ପ୍ରାଣାୟାମ ର ଗୁରୁତ୍ତ୍ଵ ପ୍ରତିପାଦନ କରିଥିଲେ। ଶ୍ରୀ ଦିଲ୍ଲୀପ ଦଳେଇ ତାଙ୍କ ପରାମର୍ଶରେ ମାନବ ସେବା ମାଧବ ସେବାରେ ପରିଣତ ହେବ ।ଜୀବନରେ ସବୁବେଳେ ଅନ୍ୟକୁ ସେବା ପାଇଁ ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ। ଏହିବସରରେ ଅଲେଖ ଜେନା ଓ ଶିକ୍ଷୟିତ୍ରୀ ସୁମିତ୍ରା ରାଉତ ସୁଚେତାଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ଵର୍ଦ୍ଧିତ କରିଥିଲେ।
ଏହିକାର୍ୟକ୍ରମରେ ବିଜୟ କୁମାର ନାଥଶର୍ମା , ସମରେନ୍ଦ୍ର ଜେନା, ଚୌଧୁରୀ ତାପସ ସାହୁ,ନରେନ୍ଦ୍ର ଦାସ,ପ୍ରବୀର ସ୍ୱାଇଁ, ଦିଲ୍ଲୀପ ଦଳାଇ,ସି ଏଚ ଶ୍ରିନୁ,ବିଜୟ ବରାଳ,ଦୁଷ୍ମନ୍ତ ବେହେରା, ସୁବଳ ସାହାଣୀ,ରଶ୍ମି ରଂଜନ ରାଉତ,ରାଶବିହାରୀ ପାତ୍ର, ପବିତ୍ର କୁମାର୍ ତ୍ରିପାଠୀ,ଇନ୍ଦ୍ରମଣି କର ପ୍ରମୁଖ ସାମିଲ ପରିଚାଳନାରେ ସହାୟତା କରିଥିଲେ।