୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ସଇଁନ୍ଧା ବାଲିସାହି ନିକଟସ୍ଥ କାଠଯୋଡ଼ିର ଶାଖା ସିଢୁଆ ନଦୀ ପାଣିକୁ ଦଶ ମାସର ଝିଅକୁ ଧରି ଡେଇଁ ପଡ଼ିଲା ବାପା ।ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି କଟକ ସଦର ଥାନା ଅଞ୍ଚଳରେ । ଏହି ଘଟଣାର ଖବର ପାଇ କଟକ ସଦର ପୋଲିସ ଏବଂ ବାରଙ୍ଗ ଅଗ୍ନି ଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ସିଢୁଆ ନଦୀ ପାଣିକୁ ଡେଇଁଥିବା ବ୍ୟକ୍ତିଙ୍କର ନାମ ପ୍ରକାଶ ପ୍ରଧାନ । ତାଙ୍କ ଘର କନ୍ଦରପୁର ଥାନା ଦଣ୍ଡୁଆସିପଡା ଗ୍ରାମରେ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇଛନ୍ତି । ହେଲେ ବାପାକୁ ଉଦ୍ଧାର କରି ପାରିନଥିଲେ । ପ୍ରକାଶ ନିଜ ଶଶୁର ଘର ସୁମାଣ୍ଡିରେ ରହୁଥିଲା ।
ଅଗ୍ନି ଶମ କର୍ମଚାରୀ ମାନେ ପ୍ରକାଶକୁ ଉଦ୍ଧାର କରିପାର ପାଇଁ ଉଦ୍ୟମ ଯାରି ରଖିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଘଟି ସ୍ୱାମୀ ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରା ଯାଉଛି । ପ୍ରକୃତ ଘଟଣା ଜଣାପଡ଼ି ନାହିଁ ।