୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ଆର, ଉଦୟଗିରି :-> ଶନିବାର ଦିନ ସରକାରଙ୍କ ନିର୍ଦେଶ କ୍ରମେ ଶିକ୍ଷକ-ଶିକ୍ଷୟତ୍ରୀ,ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଏବଂ ସମିତିର ସଭ୍ୟ/ସଭ୍ୟାମାନଙ୍କୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ.ଭାଲିଆସାହିଠାରେ ଦ୍ୱିତୀୟ ପର୍ଯ୍ୟାୟ ଶିକ୍ଷକ-ଅଭିଭାବକ ବୈଠକ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଅଛି l ସରକାରଙ୍କ କାର୍ଯ୍ୟସୂଚୀ ଅନୁସାରେ ବିଦ୍ୟାଳୟ ରୂପାନ୍ତରିକରଣ, ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ଛାତ୍ରଛାତ୍ରୀମାନଙ୍କ ବିଦ୍ୟାଳୟସ୍ତରରେ ଶିକ୍ଷାଗ୍ରହଣ କ୍ଷେତ୍ରରେ ଅଭିଭାବକମାନଙ୍କ ଥିବା ବହୁମୂଲ୍ୟ ଭୂମିକା ଆଦି ଉକ୍ତ ବୈଠକର ପ୍ରମୁଖ ବିଷୟବସ୍ତୁ ରହିଥିଲା l

ଏହି ସଭାରେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଭିନ୍ନ ପ୍ରସଙ୍ଗ ଯଥା ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ବାଲ୍ୟ ବିବାହ ଉପରେ ସଚେତନତା, ସ୍ୱଚ୍ଛତା ପକ୍ଷ ପାଳନ,ପୋଷାକ ବିତରଣ, ଧନ୍ଦାମୂଳକ ଶିକ୍ଷା, ଶିକ୍ଷାର୍ଥୀର ମାନସିକ ଚାପ ଓ ଏହାର ଦୂରୀକରଣ ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖରୂପେ ସଭାସଦଗଣକୁ ଅବଗତ କରାଇଥିଲେ l ଏହି ସଭାରେ SMDC ସଭ୍ୟରୂପେ ଶ୍ରୀଯୁକ୍ତ ଆଦିକନ୍ଦ ବଣୁଆରାୟୀ ଯୋଗଦାନ କରି ସଭାର ଗୁରୁତ୍ୱକୁ ବିଶଦ ଭାବେ ପ୍ରଣିପାତ କରିଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏହି ସଭାର ସଭାପତିତ୍ବ ଗ୍ରହଣ କରିଵା ସହ ବୈଠକର ବିଶେଷତ୍ୱ ଓ ମହତ୍ୱ ଅତି ନିଖୁଣ ଭାବେ ସଭାରେ ଉପସ୍ଥିତ ସମସ୍ତ ଅଭିଭାବକମାନଙ୍କୁ ବୁଝାଇ ଧନ୍ୟବାଦ ଅର୍ପଣ କରିଥିଲେ l

ଏତଦ ସମେତ ବିଦ୍ୟାଳୟର ଅନ୍ୟ ସମସ୍ତ ସହକାରୀ ଶିକ୍ଷକଶିକ୍ଷୟତ୍ରୀବୃନ୍ଦ ଯଥା ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ, ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଣ୍ଡସେନା, ଶ୍ରୀଯୁକ୍ତ ସନ୍ତୋଷ ନାଇକ, ଶ୍ରୀଯୁକ୍ତ ଦିଗାମ୍ବର ଦାସ, ଶ୍ରୀଯୁକ୍ତ ସଞ୍ଜୟ ଗୌଡ଼, ଶ୍ରୀଯୁକ୍ତ ଅସୀତ କୁମାର ସାହୁ, ସୁଶ୍ରୀ ରବିନା ଦାସ, ସୁଶ୍ରୀ ପ୍ରଜ୍ଞାଦୀପ୍ତା ପାଇକ, ଶ୍ରୀମତୀ ସୁନିତା କୁମାରୀ ଦଳାଇ, ସୁଶ୍ରୀ ସଂଗୀତା କୁମାରୀ ସାହୁ, ଶ୍ରୀମତୀ ସୁଷମା ବଣୁଆରାୟୀ, ଶ୍ରୀମତୀ ମମତା ବେହେର୍ଦଳାଇ, ଶ୍ରୀମତୀ ବିରଜା ମାଳିନୀ ନାୟକ, ଶ୍ରୀଯୁକ୍ତ କେଦାର ନାଥ କର, ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଆଦି ଉପସ୍ଥିତ ରହି ଉକ୍ତ ବୈଠକର ପରିଚାଳନାରେ ସହଯୋଗ କରିଥିଲେ l














