୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଆର, ଉଦୟଗିରି ବ୍ଲକର ମହେନ୍ଦ୍ରଗଡ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକଙ୍କ ଅଧ୍ୟକ୍ଷତାରେ ଏବଂ ଶିକ୍ଷକ ଓ କର୍ମଚାରୀବୃନ୍ଦ, ଅଭିଭାବକବୃନ୍ଦ ଓ ଛାତ୍ର ଛାତ୍ରୀ ବୃନ୍ଦ ମଧ୍ୟରେ ଏକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ I

ବିଦ୍ୟାଳୟର ଅନୁସଙ୍ଗିକ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା I ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀ ନୀଳମାଧବ ନାୟକ ଆମ ଅଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ମହେନ୍ଦ୍ରଗଡ଼ CRC ଶ୍ରୀ ମୃତ୍ୟୁଞ୍ଜୟ ପୂଜାରୀ ଯୋଗଦେଇ ଅଭିଭାବକ ମାନଂକୁ ସେମାନଙ୍କର ଭୂମିକା ଉପରେ ବୁଝାଇଥିଲେ I ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ I















