୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ)ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଖଜୁରୀପଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ. ଏମ ଶିବରାମ ଙ୍କ ଉପସ୍ଥିତି ରେ ୧ବର୍ଷ ଶିଶୁ ଠୁ ଆରମ୍ଭ କରି ୧୯ବର୍ଷ ବୟସ ର ସମସ୍ତ ପିଲାଙ୍କୁ କୃମି ନାଶକ ଔଷଧ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଡାକ୍ତର ଙ୍କ ସମେତ ମେଡିକାଲ ସୁପରଭାଇସର୍ ଶିବ ପ୍ରସାଦ ଭୂୟାଁ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀନିବାସ ପଟ୍ଟନାୟକ, ସ୍ବାସ୍ଥ୍ୟକର୍ମୀ ଜିତୁ ପ୍ରଧାନ ପ୍ରମୁଖ ଦୋଘରିଆ SSD ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍କଣ୍ଡ ଶବର ଙ୍କୁ ସାକ୍ଷାତ କରି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ଜାତିୟ କୃମି ଦିବସ ଉପରେ ଆଲୋକପାତ କରିବା ସହ କୃମି ନାଶକ ଔଷଧ ଖାଇବାକୁ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ବର୍ଷକୁ ଦୁଇଥର ତଥା ଫେବୃଆରୀ ୧୦ ଏବଂ ଅଗଷ୍ଟ ୧୦ ତାରିଖ ରେ କରାଯାଉଥିବା ଏବଂ ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୦ ରେ ପାଳନ କରାଯାଇ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃମିନାସକ ଔଷଧ ଦିଆଯାଇଥିଲା। ଏହି ଦିନ କୌଣସି ପିଲା କୃମି ନାସକ ସେବନ ନ କରିଥିଲେ ତାହା ଚାଳିତ ମାସ ୧୭ ତାରିଖ ଦିନ ଦିଆଯିବାର ଯୋଜୋନ ରହିଥିବା କଥା କହିଛନ୍ତି ଶ୍ରୀନିବାସ ପଟ୍ଟନାୟକ। ଚଳିତ ଅଗଷ୍ଟ ରେ ଗର୍ଭବତି ନଥିବା ମା ଏବଂ ପ୍ରସୂତୀ ର ୪୨ ଦିନ ପରର ମା ମାନେ ଯେଉଁ ମାନଙ୍କ ବୟସ ୨୦ ରୁ ୨୪ ବର୍ଷ ବୟସ ହୋଇଥିବ ସେମାନଙ୍କୁ ପ୍ରଥମ ଥର କରି ସାମିଲ କରାଯାଇ ଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା।














