୧୧ ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ)ବାଲୁଗାଁ :-> ବାଲୁଗାଁ ବିଂଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 11 ରେ ବିଜୁ ଜନତା ଦଳ ତରଫରୁ ମାରାଥନ ସାଙ୍ଗଠନିକ ବୈଠକବିଜୁ ଜନତା ଦଳର ସଭାପତି ଜୟନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ସରଳାପଦର ର ଗୋଷ୍ଠୀ କେନ୍ଦ୍ର ଗୃହ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବାଲୁଗାଁ ଏନଏସିର ଜନପ୍ରିୟ ଅଧକ୍ଷା ସୁକାନ୍ତି ପାଇକରାୟ , ଉପାଧ୍ୟାକ୍ଷ ଭଗବାନ ପ୍ରଧାନ , ବିଜୁ ଜନତା ଦଳ ଯୁବ ସଭାପତି ଶଶୀକାନ୍ତ ପାଇକରାୟ , ମୁଖପାତ୍ର ତଥା 1 ନମ୍ବର ୱାର୍ଡର କାଉନସିଲର ଅଭିମନ୍ୟୁ ସ୍ୱାଇଁ,

ୱାର୍ଡ କମିଟି ସଭାପତି ରାମ ଚନ୍ଦ୍ର ପଲାଇ ପ୍ରମୁଖ ଯୋଗ ଦେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଚେଷ୍ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବାଲୁଗାଁ ଡାକ୍ତରଖାନାର ଉର୍ନ୍ନତି ପାଇଁ 12 କୋଟି ଟଙ୍କା ଓ ବାଲୁଗାଁ ପୋଲିସ ଷ୍ଟେସନ ଠାରୁ ବଡକୁଳ ଚିଲିକା ଢ଼ାବା ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ନିମନ୍ତେ 40 କୋଟି ଟଙ୍କା ଅନୁମୋଦନ ହୋଇଛି ବୋଲି ମତ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳଭାବ ମୂର୍ତ୍ତି, ସ୍ୱଚ୍ଛ ଅନୁ ଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ୱାର୍ଡର ସମସ୍ତ ଲୋକମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଶପଥ କରିଥିଲେ ଏବଂ ତୃଣମୂଳ ସ୍ତରରେ ୱାର୍ଡ କମିଟି ଗଠନ କରି ୱାର୍ଡର ସଂଗଠନକୁ କିପରି ଭାବେ ମଜବୁତ ରହିପାରିବ ଓ ୱାର୍ଡର ସମସ୍ୟା, ଉର୍ନ୍ନତି ବିଷୟରେ ଆଲୋଚନା କରାଯାଇଥିଲା l

ପରିଶେଷରେ ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ୱାର୍ଡରେ ନୂତନ କଲ୍ୟାଣ ମଣ୍ଡପ ଓ ଗ୍ରାମର ପୂର୍ବ ଭାଗରେ ଥିବା ପୁଷ୍କରିଣୀର ପୁନଃରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ପହଞ୍ଚାଇ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ କୋଡିନେଟର ଭୀମ ସେନ ସାହୁ, ସଭ୍ୟ ପ୍ରସନ୍ନ କୁମାର ପଲାଇ କବିରାଜ ବାରିକ, ପର୍ଶୁରାମ ସାହୁ,ଦୀପକ କୁମାର ନାୟକ, ଶଶୀକାନ୍ତ ସାହୁ, ସୁଦୀପ୍ତ ପଲାଇ, ଶଙ୍କର ନାୟକ,ରମେଶ ଘଡ଼ାଇ ଙ୍କ ସମେତ ବହୁ ସଂଗଠକ , କର୍ମୀ ଓ ୱାର୍ଡର ସ୍ୱୟଂ ସହାୟକ ଗୋଷ୍ଠୀ ଏଥିରେ ଯୋଗଦାନ କରିଥିଲେ l














