୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ କାର୍ଯ୍ୟାଳୟ ଠାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ରଦ୍ଧ ଏବଂ ପୁରୁଣା ପେନସନ ଲାଗୁ ସହିତ ୨୦ ଦଫା ସମ୍ବଳିତ ଦାବିକୁ ନେଇ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ଡାକରାରେ ଦୁଇ ହଜାରରୁ ଅଧିକ କର୍ମଚାରୀ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରଣ ହୁଙ୍କାର ଦେଇଥିଲେ । ଆଜି ଅଗଷ୍ଟ ୧୦ ଗୁରୁବାର ସକାଳ ଦଶଟାରେ ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ସମସ୍ତ ଶାଖାରୁ ହଜାର ହଜାର କର୍ମଚାରୀ ପୁରୁଣା ପେନସନ ଦାବିରେ ଏକ ବିରାଟ ପଟୁଆର ସୀତାରାମ ଛକରୁ ବାହାରି ରେଳ ଷ୍ଟେସନ ସମ୍ମୁଖ, ମେଡିକାଲ ଛକ ଦେଇ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା.

ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପେନସନ ଜଣେ କର୍ମଚାରୀ ର ମୌଳିକ ଅଧିକାର,ଯଦି ଜଣେ ରାଜନେତା ଯେତେଥର ଏମ୍ପି,ଏମ ଏଲ ଏ ହେଲାପରେ ସେତେଟା ପେନସନ ପାଉଛନ୍ତି ତାହାଲେ ଜଣେ କର୍ମଚାରୀ ୩୦/୪୦ ବର୍ଷ ସେବା ଦେଲାପରେ କାହିଁକି ପେନସନ ପାଇବନି ? ପରିଣତ ବୟସରେ ପେନସନ ତାର ଅଧିକାର । ତେଣୁ ନୂତନ ପେନସନ କୁ ବାତିଲ କରି ଯଥାଶୀଘ୍ର ପୁରୁଣା ପେନସନ ଲାଗୁ କରିବାକୁ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଦାବି କରିଥିଲେ।ଅଗଷ୍ଟ ୯ ରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ତାହା ସଫଳ ହୋଇଥିଲା ।

ଆଜି ଅଗଷ୍ଟ ୧୦ ସାରା ଭାରତ ବର୍ଷରେ ଦେଶର ସମସ୍ତ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ , ୱର୍କସପ,ମେଟ୍ରୋ,ଜୋନାଲ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏନ୍ ଏଫ୍ ଆଇ ଆର୍ ସାଧାରଣ ସମ୍ପାଦକ ଡ଼ଃ ଏମ ରାଘବେୟା ଙ୍କ ଡାକରାରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାକୁ କର ବା ମର ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଲଢେଇ ବୋଲି ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ। ପୁରୁଣା ପେନସନ ଦାବି ସହିତ ପ୍ରମୁଖ ୨୦ ଗୋଟି ଦାବି ସମ୍ଭଳିତ ଏକ ଦାବିପତ୍ର ମଣ୍ଡଳ ପ୍ରବନ୍ଧକ ହରଭଜନ୍ ସିଂ ବାଜୁଆ ଙ୍କୁ ପ୍ରଦାନ କରିଥିଲେ ।

ସେହିପରି ଅର୍ବାନ ବ୍ୟାଙ୍କ ଲାଭାଂଶ ଅଂଶୀଦାର ମାନଙ୍କୁ ମିଳିବ,ଚଳିତ ବର୍ଷର ବଡ ଉପଲବ୍ଧି ବୋଲି ସହ ସଂଯୋଜକ ଶ୍ରୀ ସୁନୀଲ କୁମାର ଭଞ୍ଜ କହିଥିଲେ । ପୂର୍ବତନ ମଣ୍ଡଳ ସଂଯୋଜକ ଶ୍ରୀ ମହେନ୍ଦ୍ର କୁମାର ମହାନ୍ତି,କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଜି କେ ରାଓ,ଭି ଏସ ପ୍ରସାଦ,ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା,ତ୍ରିଲୋଚନ ମହାନ୍ତି , ଶରତ କୁମାର ପଣ୍ଡା, ଆଶୁତୋଷ ବ୍ରହ୍ମା,ଏ ଶ୍ରୀନିବାସ, ସି ଏସ ସିଂ, ସଞ୍ଜୟ ଦାସ,ନାରୀ ନେତ୍ରୀ ସୁମିତ୍ରା ପଣ୍ଡା,ଦ୍ରୌପଦୀ ମହାରଣା(କୁହୁକ)ରୁନି ବେହେରା,ଅର୍ପିତା ମହାନ୍ତି, ବି ଜାନକୀ,ବିଜୟଲକ୍ଷ୍ମୀ ଦାଶ ସମେତ ସମସ୍ତ ଶାଖାର ନେତୃବୃନ୍ଦ ଓ ହଜାର ହଜାର କର୍ମୀ ମାନେ ଆଜି ଏହି ଆନ୍ଧୋଳନ ରେ ଭାଗନେଇଥିଲେ ।
















