ଓଭରଵ୍ରିଜ ନିର୍ମାଣ ଦାବି ରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ
୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ନାଚୁଣୀ :-> ଦୀର୍ଘ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ୧୬ ନଂ ଜାତୀୟ ରାଜପଥ କଉଡିଖଣି ଛକ ଉପରେ ଗୁରୁବାର ସ°ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏଥିରେ କଉଡିଖଣି ଛକ ଅନତି ଦୂରରେ ଟ୍ରକ୍ ଧକ୍କାରେ ବାଇକ ଆରୋହୀ ଗୁରୁତର ଓ ଅନ୍ୟ ସାଥି ଆହତ ହୋଇଛନ୍ତି । ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଥିବା ବାଇକ୍ ଆରୋହୀ ଯୁଵକ ଓ ତାଙ୍କ ସାଥି ଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ଡାକ୍ତରଖାନା ପଠାଇଛି ।

ଖବରରୁ ପ୍ରକାଶ, ଆଜି ସ°ଧ୍ୟା ୬ ଟା ରେ ପୋଲସରାରୁ ଭୁବନେଶ୍ଵର ଅଭିମୁଖେ ଉକ୍ତ ବାଇକ୍ ଆରୋହୀ ଯୁବକ ( ପ୍ରାୟ ୩୨ ବର୍ଷ) ତାଙ୍କର ଜଣେ ସାଥିଙ୍କ ସହ ହିରୋହଣ୍ଡା ବାଇକ୍ ( ନଂ -ଓ ଡି ୦୭ ଇ ୩୬୦୮) ରେ ଘଟଣା ସ୍ଥଳ ୧୬ ନଂ ଜାତୀୟ ରାଜପଥ କଉଡିଖଣି ଛକ ଅତିକ୍ରମ କରୁଥିବାବେଳେ ପଛରୁ ଆସୁଥିବା ଉକ୍ତ ଟ୍ରକ୍ ( ନଂ- ଓ ଡି ୧୪ କ୍ୟୁ ୧୦୪୯) ବାଇକ୍ ଆରୋହୀ ଙ୍କୁ ଧକ୍କା ଦେଇଥିଲା ।

ଏଥିରେ ବାଇକ୍ ଆରୋହୀ ଟ୍ରକ୍ ଚକା ତଳେ ପଡି ଯାଇ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ କଉଡିଖଣି ଛକରେ ଉତ୍ତେଜନା ଦେଖାଦେଇଛି। ମରଣଯନ୍ତା କଉଡିଖଣି ଛକ ରେ ଓଭରବ୍ରିଜ ନିର୍ମାଣ ଦାବିରେ ନିକଟସ୍ଥ ଵଡପଦର ଗ୍ରାମବାସୀଙ୍କ ସହିତ ସ୍ଥାନୀୟ ଜନସାଧାରଣ ଟାୟାର ଜାଳି ରାସ୍ତା ଅବରୋଧ ଜାରି ରଖିଛନ୍ତି ।

ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ସଦଳଵଳ ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିିଛି। ଜିଲ୍ଲା ପାଳ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେବାକୁ ଉତ୍ୟକ୍ତ ଲୋକମାନେ ଦାବି ରଖି ରାସ୍ତା ଅବରୋଧ ଏଯାଏଁ ଜାରି ରଖିଛନ୍ତି ।














