୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର,ଉଦୟଗିରି :-> ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲା ଆର,ଉଦୟଗିରି ପଞ୍ଚାୟତ ସମିତି ସରପଞ୍ଚ ସଂଘ ପକ୍ଷରୁ ବିଡିଓ ଲରିମନ ଖର୍ସେଲଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ୧୦ ଦଫାର ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା ଆମ ଓଡିଶା ନବୀନ ଓଡିଶା ଯୋଜନାର ଅର୍ଥରାଶି ସିଧାସଳଖ ପଞ୍ଚାୟତକୁ ହସ୍ତାନ୍ତର କରାଯାଉ, ସରପଞ୍ଚଙ୍କ ବିରୋଧରେ ହେଉଥିବା ଅନାସ୍ଥା ପ୍ରସ୍ତାବ ଉଛେଦ, ସରପଞ୍ଚ ମାନଙ୍କ ମାସିକ ଭତ୍ତା ବୃଦ୍ଧି, ପଞ୍ଚାୟତକୁ ଜରୁରିକାଳୀନ ଫାଣ୍ଠି ବ୍ୟବସ୍ଥା, ପଞ୍ଚାୟତକୁ ଦିଆଯାଉଥିବା ପାଣ୍ଠିର ବୃଦ୍ଧି,
ଗ୍ରାମପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟରେ ଦଳୀୟ ହସ୍ତକ୍ଷେପ ବନ୍ଦ ଏଭଲି ୧୦ ଦଫା ସରପଞ୍ଚ ସଂଘ ଦାବି କରିଥିବା ବେଳେ ଗୋଟେ ସରପଞ୍ଚଙ୍କ ଦରମା ବାହାର ରାଜ୍ୟର ସାଧାରଣ ଲୋକଙ୍କ ଭତ୍ତାଠାରୁ ବି କମ୍ ତେଣୁ ଆମେ କରୋନା ଭଲି ଘଡିସନ୍ଧି ମୂହୁର୍ତରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଥିଲେ ସରପଞ୍ଚମାନେ । ନେତା, ମନ୍ତ୍ରୀ , ବିଧାୟକ ମାନଙ୍କ ସସମସ୍ତଙ୍କ ଦରମା ସରକାର ବୃଦ୍ଧି କରୁଥିବା ବେଳେ ସରପଞ୍ଚଙ୍କ ଦରମା କାହିଁକି ବୃଦ୍ଧି କରାଯାଉନି ବୋଲି ଆର,ଉଦୟଗିରି ସରପଞ୍ଚ ଜାମେସ ରାଇକା ସୁଚନା ଦେଇଛନ୍ତି ।
ସରକାର ଯଦିଆମର ଦାବି ପୂରଣ କରୁନାହାନ୍ତି ତେବେ କେବଳ ଆର,ଉଦୟଗିରି ନୂହେଁ ସମ୍ପଣ୍ଣ ଗଜପତି ଜିଲ୍ଲାର ସମସ୍ତ ସରପଞ୍ଚ ଏକତ୍ରିତ ହୋଇ ରାଜରାସ୍ତାରେ ଓହ୍ଲାଇବେ ବୋଲି ଆର,ଉଦୟଗିରି ସରପଞ୍ଚ ସଂଘ ଚେତାବନୀ ଦେଇଛନ୍ତି । କୁମୁଦିନୀ ଗମାଙ୍ଗ, ଫୁଲମତି ରଇତ, ରିତାନୀ ମଣ୍ଡଳ, ଜାମେସ ରାଇକା, ସନ୍ତୋଷୀ ପାଇକ, ଡାଳିମ୍ବ ରଇତ, ଶ୍ରୀଧର ପ୍ରଧାନ, ସସ୍ମିତା କାଜି ଓ ଅନ୍ୟ ସରପଞ୍ଚମାନେ ଉପସ୍ଥିତ ଥିଲେ ।














