୧୦ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ହିଞ୍ଜିଳିକାଟୁ :-> ସୁସ୍ଥ ଓଡିଶା – ସୁଖୀ ଓଡିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସମେତ ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗରେ ଜାତୀୟ କୃମିନାଶକ ସପ୍ତାହ ଓ ଫାଇଲେରିଆ ନିରାକରଣ ସକାଶେ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ, ଗୋପାଳପୁରର ମିଳିତ ଆନୁକୂଲ୍ୟରେ ଫାଇଲେରିଆ ମୁକ୍ତ, ଗଞ୍ଜାମ ଅଭିଯାନ- ୨୦୨୩ ଓ ଜିଲ୍ଲାସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଗୁରୁବାର ହିଞ୍ଜିଳିକାଟୁରୁ ଶୁଭାରମ୍ଭ ହୋଇଛି । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସ୍ଥାନୀୟ ପୌରାଞ୍ଚଳ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ସିଡିଏମଓ ଉମାଶଙ୍କର ମିଶ୍ର, ଡିପିଏଚଓ ଜଗଦିଶ ପଟ୍ଟନାୟକ, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ତହସିଲଦାର ସୁନିଲ କୁମାର ପ୍ରଧାନ,ଏସଡିଏଚ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର, ବେଲଗାଁ ସିଏଚସି ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ନିବେଦିତା ସାହୁ, ଡବ୍ଳ୍ୟୁ ଏଚ୍ ଓ ସଂଯୋଜକ ସନ୍ତୋଷ ପାଢି, ଡିପିଏମ ଶ୍ୟାମସୁନ୍ଦର ତ୍ରିପାଠି ପ୍ରମୁଖ ମଞ୍ଚାସିନ ଥିଲେ ।
ଗଞ୍ଜାମ ଜିଲ୍ଲାକୁ ସମ୍ପୁର୍ଣ୍ଣ ଫାଇଲେରିଆ ମୁକ୍ତ କରିବା ଲାଗି ୨ଟି ସଚେତନତାରଥକୁ ଅତିଥି ବୃନ୍ଦ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ହିସାବ ଅନୁଯାୟର ରାଜଞରେ ୨୯.୭% ଶିଶୁ କୃମିରେ ପୀଡିତ । ଏଣୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଘରୋଇ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କୁ ସାମିଲ କରି କାର୍ଯ୍ୟକାରୀ କରାଇବେ । ୨ରୁ ୫ବର୍ଷ ବୟସ୍କ ଶିଶୁଙ୍କୁ ଡି.ଇ.ସି ଓ ଆଲବେଣ୍ଡଜଲ ଏବଂ ୬ରୁ ଉର୍ଦ୍ଧ୍ୱ ବୟସ୍କ ଯୋଗ୍ୟ ବ୍ୟକ୍ତିଙ୍କୁ ଡି.ଇ.ସି ଓ ଆଲବେଣ୍ଡଜଲ ସହ ଆଇଭରମେକ୍ଟିନ ବଟିକା ସେବନ କରିବା ଲାଗି ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଚଳିତ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଳକର ଉପଯୁକ୍ତ ସ୍ଥାନ ସହ ଅନ୍ୟାନ ଆନୁସଙ୍ଗିକ ଉପଲବ୍ଧ ଥିବା ସ୍ଥାନ ଗୁଡିକରେ ଜିଲ୍ଲାସ୍ତରୀୟ ବହୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

ଏପରିସ୍ଥଳେ ଫାଇଲେରିଆ ମୁକ୍ତ ଭଞ୍ଜାମ ଅଭିଯାନ ଓ ଜିଲ୍ଲାସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଭଳି ଗୁରୁତ୍ୱପୁର୍ଣ୍ଣ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବହୁ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । କଲ୍ୟାଣମଣ୍ଡପ ଭଳି ସୀମିତ ସ୍ଥାନରେ ଏଭଳି ବିଶେଷ କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଆୟୋଜିତ କରାଯାଇଥିବା ଜଣାପଡିଛି । କମ୍ ସଂଖ୍ୟକ ଚେୟାର ଉପଲବ୍ଧ କରାଯାଇଥିବା ବେଳେ ସ୍ଥାନାଭାବରୁ ବହୁ ଶିକ୍ଷାର୍ଥୀ ଫେରି ଯାଇଥିଲେ । ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତି ମାନେ ଠିଆହୋଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ବେଳେ ବିଦ୍ୟାଳୟ ବହୁ ଶିକ୍ଷୟତ୍ରୀ ଓ ଆଶା କର୍ମୀ ମାନେ ନିଜ ନିଜ ସ୍ଥାନ ସୁରକ୍ଷିତ ରଖିଥିବା ଦେଖିବାକୁ ମିଳିଥିଲା ।
ଯଦିଓ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୨୦୦ ଜଣଙ୍କୁ ଔଷଧ ସେବନ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ମଞ୍ଚାସିନ ଅତିଥି ମାନେ ମାତ୍ର ୨୦ଜଣ ଓ ବିଭାଗୀୟ କର୍ମଚାରୀ ମାନେ ୫୫ଜଣଙ୍କୁ ଔଷଧ ସେବନ କରାଇଥିଲେ । ଉଦଘାଟନ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କେତେ ସଫଳତା ହାସଲ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାର୍ଯ୍ୟକ୍ରମରେ ବହୁ ଜନ ପ୍ରତିନିଧି, ବିଭାଗୀୟ କର୍ମଚାରୀ, ବିଦ୍ୟାଳୟ ଶିକ୍ଷାର୍ଥୀ, ଏଏନଏମ, ଆଶା କର୍ମୀ ଉପସ୍ଥିତ ଥିଲେ ।














