୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ମଧ୍ୟ ରାଷ୍ଟ୍ରୀୟ ଆଦିବାସୀ ଏକତା ସଂଘ ପକ୍ଷରୁ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ଯାନବାହାନ ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଥିଲା । ମଣିପୁର ରାଜ୍ୟରେ ମହିଳାଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ନିର୍ଯ୍ୟାତନାକୁ ବିରୋଧ କରାଯିବ ସହ ଆଦିବାସୀଙ୍କୁ ବିସ୍ଥାପିତ କରିବା ଓ ନିର୍ଯ୍ୟାତନା ହେଉଥିବା ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହାସହ କେନ୍ଦ୍ର ସରକାରଙ୍କ ତରଫରୁ ୟୁସିସି ଆଇନ ଯାହା ସମସ୍ତଙ୍କ ପାଇଁ ସମାନ ଅଧିକାର ପ୍ରଣୟନ କରିବା ଦ୍ବାରା ଆଦିବାସୀ ଅନେକ ସୁବିଧାରୁ ବଂଚିତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଵେ ବୋଲି କୁହାଯାଇଛି । ତେଣୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା ।
ପଡ଼ିଆ ବ୍ଲକ ସଦର ମହକୁମା ଠାରେ ଆଦିବାସୀ ସଂଘ ପକ୍ଷରୁ ପିକେତିଂ କରି ସମସ୍ତ ଅଫିସ ସମେତ ବ୍ୟାଙ୍କ ଗୁଡ଼ିକୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ବନ୍ଦ ଡାକରାରେ ପଡ଼ିଆ ବ୍ଲକ ଆଦିବାସୀ ସଂଘର ସଭାପତି ବିଜୟ ମାଢି, ସମ୍ପାଦକ ଲଛମନ ମାଡକାମି, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ,ବାପନପାଲ୍ଲୀ ସରପଞ୍ଚ ମେଧା ଵଗାମ, ଏମ୍ ଡି ଫାରୁକ୍ , ସତ୍ୟନାରାୟଣ ମାଝୀ, ଏମ୍ ମେଷାକ ରବି, ଏସ ଶ୍ରୀନୁ, ଦିଲ୍ଲୀପ ପୋଟଲା, ପି. ଵୟେଜ ଓ ନାଗୁଲ ମୁନା ସହ ବିଭିନ୍ନ ପଞ୍ଚାୟତର ବ୍ୟକ୍ତିବିଶେଷ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।