ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ – ସୋନାଲି (୨୯ ଜୁନ ସୋମବାର) ରଣପୁର :- ୨୦୧୯ ନିର୍ବାଚନରେ ବିଜେଡ଼ି ଦଳର ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ ମାନ୍ୟବର ବିଧାୟକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରଣପୁର ଏନ୍.ଏସି ରେ ଏକ ସମୀକ୍ଷା ବୈଠକ ସଂଗଠିତ ହୋଇଥିଲା । ସେଥିରେ ଉପସ୍ଥିତ ସମସ୍ତ ସଦସ୍ୟ ରଣପୁର ର ଆଇନ ଶୃଙ୍ଖଳା ତଥା ନିଶା କାରବାର ପାଈଁ ଉଦବେଗ ପ୍ରକାଶ କରିବାରେ , ଶ୍ରୀଯୁକ୍ତ ପ୍ରଧାନ ଜଣେ ଦକ୍ଷ ଥାନା ଅଧିକାରୀ ଆଣିବା ପାଇଁ ଦାୟିତ୍ୱ ନେଇଥିଲେ । ଏବଂ ବର୍ତ୍ତମାନର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ୍ ରଣପୁର ଥାନାରେ ଯୋଗ ଦେଇଥିଲେ । ଶ୍ରୀ ଦାସ୍ ଥାନାରେ ଯୋଗ ଦେବା ପରେ ରଣପୁର ଥାନା ଅଞ୍ଚଳରୁ ପାଉଡର ନିଶା ବେପାରୀ ଏବଂ ନିଶାଶକ୍ତ ଯୁବକଙ୍କୁ ଧରି ଜେଲକୁ ପଠାଇବା ଯୋଗୁଁ ରଣପୁର ଥାନା ଅଞ୍ଚଳରୁ ପାଉଡର ବ୍ୟବସାୟୀ ଙ୍କ ପ୍ରାଦୁ ଭାବ ଲୋପ ପାଇଗଲା ।
(୨ୟତଃ) – ରଣପୁର ରେ ପ୍ରତ୍ୟେକ ଝିଅ, ବୋହୂ , ବର୍ତ୍ତମାନ ସୁରକ୍ଷିତ ଅନୁଭବ କରୁଛନ୍ତି । (୩ୟତଃ) – ସାମ୍ବାଦିକ,ଓକିଲ , ବ୍ୟବସାୟୀ ମାନେ ଅସାମାଜିକ ଯୁବକ ତଥା ବ୍ୟକ୍ତି ମାନଙ୍କ ଠାରୁ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । (୪ର୍ଥତଃ) – ରଣପୁର ଥାନା ଅଧିକାରୀ ଙ୍କ ଭୟରେ ଅସାମାଜିକ ଯୁବକ , ଗୁଣ୍ଡା ଓ ଚୋର, ଡକାୟତ ସେମାନଙ୍କର କାର୍ଯ୍ୟ ରଣପୁର ଅଞ୍ଚଳରେ କରିବାକୁ ସାହସ କରୁ ନାହାନ୍ତି । (୫ମତଃ) – କରୋନା ବିଭୀଷିକା ସମୟରେ ଶ୍ରୀ ଦାସ ଥାନା ଅଧିକାରୀ ଙ୍କ ଯୋଗୁଁ ଅମାନିଆ ମାନେ ବାହାରେ ବୁଲିବା କୁ ସାହାସ କରୁନଥିବାରୁ ରଣପୁର ଅଞ୍ଚଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମ୍ ଅଛି । ତେଣୁ ଏଭଳି ଜଣେ ଦକ୍ଷ ଥାନା ଅଧିକାରୀ ରଣପୁର ଥାନାରେ ଅତି କମ୍ ରେ ୩ ବର୍ଷ ପର୍ଯ୍ୟନ୍ତ ସେବା ଦେବାକୁ ସାଧାରଣ ରେ ଦାବୀ ହେଉଛି ।