୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଖଜୁରୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥ ୩୨୬(ଏ) ରାସ୍ତାର ବଡ଼ପଦା ନିକଟସ୍ଥ ସୁରାଙ୍ଗି ଛକ ଠାରେ ଦୁଇଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଥିବା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି । ସୁଚନା ମୁତାବକ ବଡ଼ପଦା ଗ୍ରାମର ମାର୍କଣ୍ଡ ଗୌଡ଼ ନିଜ ଭିନୋଇ ପୁରୁଷୋତ୍ତମ ମହାଙ୍କୁଡ଼ଙ୍କୁ ସାଥିରେ ନେଇ ରାୟଗଡ଼ ଅଭିମୁଖେ ଯାଉଥିବା ବେଳେ ଅପର ପକ୍ଷ ତଥା ପାରଳାଖମୁଣ୍ଡିରୁ ରା.ଉଦୟଗିରି (ଯେଏମଏଫସି) ଦେବନି ଅଦାଲତର ପ୍ରଥମ ଶ୍ରେଣୀ ହିସାବ ରକ୍ଷକ (ଏକାଉଣ୍ଟଟେଣ୍ଟ) ସନ୍ତୋଷ କୁମାର ବେହେରା ନିଜ କାର୍ଯ୍ୟ କ୍ଷେତ୍ରକୁ ଯାଉଥିଲେ.

ଛକ ନିକଟରେ କୌଣସି କାରଣରୁ ଦୁଇଟି ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତିନିଜଣ ଗୁରୁତର ଅବସ୍ଥାରେ ପଡିରହିଥିବା ବେଳେ ଖଜୁରୀପଦା ଫାଣ୍ଡି ଅଧିକାରୀ ଡି.ଗଜପତି ଦୋରା ଦେବଦତ୍ତ ସାଜି ଘଟଣସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ନିଜ ଗାଡି଼ରେ ନେଇ ସ୍ଥାନୀୟ ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ମାନଙ୍କୁ ୧୦୮ ଯୋଗେ ପାରଳାଖମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।













