No Result
View All Result
୯ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଗଜପତି ଜିଲ୍ଲା /ନୂଆଗଡ଼ ବ୍ଲକ :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବାବା ସାହେବ ଆମ୍ବେଦକର ଜୁନିଅର କଲେଜ ଖେଳ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାରୋହରେ ବ୍ଲକର ଶତାଧିକ ଆଦିବାସୀ ଖେଳ ପଡ଼ିଆରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଖଜୁରୀପଦା ବଜାର ପରିକ୍ରମା କରି ଆୟୋଜିତ ହୋଇଥିବା ସଭା ସ୍ଥଳକୁ ଆସିଥିଲେ।

ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ଆଦିବାସୀ ପୂର୍ବତନ ସମ୍ପାଦକ ଏଲିଆଯର ମଣ୍ଡଳ,ଇଷ୍ଟ ଇଣ୍ଡିଆ ପୂର୍ବତନ ସମ୍ପାଦକ ରୁବେନ ମଣ୍ଡଳ,ନୃସିଂହ ମଣ୍ଡଳ, ସିରବାନ୍ ମଣ୍ଡଳ,ଅବସର ଦିକନ୍ ଲବାନ ଭୂୟାଁ, ଜୟପୁର ଚାଳକ ମଥିଓ ରଇତ, ରାୟଗଡ଼ ବ୍ଲକ ଅବସର ଚାଳକ ସୀଙ୍ଗନା ଭୂୟାଁ ଯୋଗଦାନ କରି ମଞ୍ଚାସିନ ହୋଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପତକା ଉତ୍ତଳନ କରି ଉତ୍ସବକୁ ଶୁଭାରମ୍ଭ କରିଥିଲେ।

ଛାତ୍ରୀ ମାନେ ଆଦିବାସୀ ଗୀତରେ ନୃତ୍ୟ କରି ସ୍ବାଗତ ଜଣାଇ ଥିଲେ। ତଥ୍ ସହ ଅତିଥି ମାନେ ଆଦିବାସୀଙ୍କ ପରମ୍ପରାକୁ ବଜାଇ ରଖିବା ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାଇଚାରା ବଜାଇ ରଖିବା ନେଇ ଅଭିଭାଷଣରେ କହିଥିଲେ ଏବଂ ଆଦିବାସୀ ଲୋକଙ୍କ ଉନ୍ନତି ପାଇଁ ସବିଶେଷ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଯୋଷିୟ ରାଇକା ପରିଚାଳନା କରିବାରେ ସହଯୋଗ କରିଥିଲେ।



No Result
View All Result