୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର,ଉଦୟଗିରି :-> ନିଖିଳ ଉତ୍କଳ ପଞ୍ଚାୟତ ନିବାହୀ ଅଧିକାରୀ ସଂଘ, ଭୂବନେଶ୍ୱର ଆହ୍ୱାନ କ୍ରମେ ୨ ଦଫା ସମ୍ବଳିତ ଦାବି ପୂରଣ ନେଇ ଗତ ୩ ତାରିଖରେ ଆର,ଉଦୟଗିରି ବ୍ଳକ ପିଇଓ ସଂଘ ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଲରିମନ ଖସେଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସଂଘ ଦାବି ମଧ୍ୟରେ ପିଇଓମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ଯୁକ୍ତ ୩ କରିବା, ବେତନସ୍ତର ୫ର ୨୧.୭୦୦ ଟଙ୍କାରୁ ବେତନସ୍ତର ୯ର ୩୫.୪୦୦ଟଙ୍କା ପର୍ଯ୍ୟନ୍ତ ମଞ୍ଜୁର ପ୍ରଦାନ କରିବା ଓ ୧୦ବର୍ଷ ଚାକିରୀ ପୂରଣ କରିଥିବା ପିଇଓ ମାନଙ୍କ ପାଇଁ ସ୍ଵତନ୍ତ୍ର ପଦବୀ ସୃଷ୍ଟି କରି ଉଚ୍ଚ ବେତନସ୍ତରରେ ସେମାନଙ୍କୁ ଅବସ୍ଥାପିତ କରିବା ଏବଂ ଜିପିଡିଓ ପଦବୀକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା ସହ ଓପିଆରଏସ କ୍ୟାଡରରେ ସେମାନଙ୍କୁ ଅର୍ନ୍ତଭୁକ୍ତ କରିବା ଦାବି ରହିଛି।

ଏଥ୍ ସହ ପଞ୍ଚାୟତରାଜ ସଂସ୍ଥାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଯଥା ମନରୋଗା, ଗ୍ରାମାଞ୍ଚଳ ଗୃହନିର୍ମାଣ, ହରିଶ୍ଚନ୍ଦ୍ର ସହାୟତା, ମୋ ଘର ଯୋଜନା, ରାଜ୍ୟ ଓ କେନ୍ଦ୍ର ଅର୍ଥ ଅନୁଦାନ ପାଣ୍ଠି ବିନିଯୋଗରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା, ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଭିତ୍ତିଭୂମି ପ୍ରତିଷ୍ଠା, ନିର୍ବାଚନ ପରିଚାଳନା ସହ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ କରୋନା ମୁକାବିଲା ସମୟରେ ନିଜ ଜୀବନକୁ ବାଜି ଲଗାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକରି ଆସୁଛନ୍ତି । ସେମାନଙ୍କ ଜୀବନ ଓ ଜୀବିକା ପାଇଁ ଦୀର୍ଘ ବର୍ଷର ସମସ୍ୟା ଓ ନ୍ୟାର୍ଯ୍ୟଦାବିକୁ ସରକାର ଗ୍ରହଣ କରିବା ଜରୁରୀ ବୋଲି ସଂଘ ପକ୍ଷରୁ ଦାବି ହୋଇଛି। ସରକାର ଏଥିପ୍ରତି ଅଣଦେଖା କରି ନ ମାନିଲେ ଆସନ୍ତା ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ଧାରଣ କରି କାର୍ଯ୍ୟ କରିବେ ବୋଲି ଦର୍ଶାଇ ଥିଲେ ।
ରାଜ୍ୟସଂଘ ନିର୍ଦ୍ଦେଶନାମା ଅନୁଯାୟୀ ସୋମବାର ଆର,ଉଦୟଗିରି ବ୍ଲକ ପିଇଓ ସଂଘ ପକ୍ଷରୁ ସମସ୍ତ ସଦସ୍ୟ/ସଦସ୍ୟା କଳାବ୍ୟାଜ ଧାରଣ କରିଥିଲେ। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରବେଶ ପଥରେ କଳାବ୍ୟାଜ ଧାରଣ କରି ଏକତ୍ରିତ ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉକ୍ତ ଦିନ ମଧ୍ୟରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନ ହେଲେ ପୁଣି ଆସନ୍ତା ୧୮ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।ଏଥିରେ ସଂଘର ବ୍ଳକ ସଭାପତି ଶସାଙ୍କ ସେଖର ସୁବୁଦ୍ଧି , ଜିଲ୍ଲା ସହ ସମ୍ପାଦକ ଏବଂ ବ୍ଳକ ସମ୍ପାଦକ ମନୋଜ କୁମାର ପଣ୍ଡା , କୋଷାଧ୍ୟକ୍ଷ ଅପିତା ରାଣି ଦାସ , ପ୍ରଭାକର ପ୍ରଧାନ, ତୁଳସୀ ମଞ୍ଜୁରୀ ମାଳି, ବିଶ୍ବଜିତ ଲିମା, ସୁରେନ୍ଦ୍ର ମଣ୍ଡଳ, ମନୋଜ ପରିଛା, ରବିନ୍ଦ୍ର ପାତ୍ର, ଜୟଲକ୍ଷ୍ମୀ ଗୋଡ, ରଇବାରି ଶବର, ଲଳିତମହୋନ ଗୋଡ ବ୍ଳକର ପିଇଓ ପ୍ରମୁଖ ଉପସ୍ଥିତ ଥିଲେ । ସମେତ ବହୁ ପିଇଓ ମାନେ କଳାବ୍ୟାଜ ଧାରଣ କରିଥିଲେ ।














