• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅମିତ୍ ସାହା ଙ୍କ ସହ ୫-ଟି ସଚିବଙ୍କର ରୁଦ୍ଧଦ୍ଵାର ବୈଠକ ରେ ଦ୍ଵାରପାଳ ସାଜିଲେ ଧର୍ମେନ୍ଦ୍ର : ଚିନ୍ତା ରେ ଅପରାଜିତା

Proprietor Abhimanyu Maharana by Proprietor Abhimanyu Maharana
August 9, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଅମିତ୍ ସାହା ଙ୍କ ସହ ୫-ଟି ସଚିବଙ୍କର ରୁଦ୍ଧଦ୍ଵାର ବୈଠକ ରେ ଦ୍ଵାରପାଳ ସାଜିଲେ ଧର୍ମେନ୍ଦ୍ର : ଚିନ୍ତା ରେ ଅପରାଜିତା
Share on FacebookShare on TwitterWhatsapp

ନବୀନଙ୍କୁ ପୋଡ଼ା ଜେନେଟର କହୁଥିବା ଅମିତ୍ ଶାହା ଏବେ କରୁଛନ୍ତି ବାଃ ବାଃ … ଏହା କଣ ରୁଦ୍ଧଦ୍ୱାର ବୈଠକର ଫଳାଫଳ କି.. ? ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଜୋର୍ ଧରିଛି

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷାରେ ଶାହା-ପଣ୍ଡିଆନଙ୍କ ଭେଟଘାଟ ହେଉଛି- ଜଣେ ସଚିବସ୍ତରୀୟ ନିମ୍ନପଦସ୍ଥ ଅଧିକାରୀଙ୍କ ସହ ଦେଶର ଗୃହମନ୍ତ୍ରୀ ରୁଦ୍ଧଦ୍ୱାର ବୈଠକ ।

ଅନ୍ୟତମ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭାଷାରେ ଜଣେ କିରାଣୀଙ୍କ ସହ ଦେଶର ଗୃହମନ୍ତ୍ରୀଙ୍କର ରୁଦ୍ଧଦ୍ୱାର ବୈଠକ ।

ଜିଲ୍ଲା ବୁଲି ଲୋକଙ୍କଠାରୁ ଫୁଲମାଳ ପାଇବାର ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଥିଲେ । ଅପରାଜିତା ଷଡ଼ଙ୍ଗୀ

 

 

 ୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଭୁବନେଶ୍ଵର :-> କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକାଳରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନଙ୍କ ସହ ସେ ମେ ଫେୟାର ହୋଟେଲରେ ଏକାନ୍ତରେ କଥା ହୋଇଥିଲେ । କଥା ସରିଲା ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ଭଳି ନେତା । ଏହାପରେ ଶାହ ଏବଂ ପାଣ୍ଡିଆନ୍ ଆଗପଛ ହୋଇ ଲୋକସେବା ଭବନ ଅଭିମୁଖେ ବାହାରି ଯାଇଥିଲେ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତବେଳର ଏହି ଖବରଟି ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅମିତ ଶାହା ଗୋଟିଏ ମଞ୍ଚରେ ଏକାଠି ହେବା, ପରଷ୍ପରକୁ ପ୍ରଶଂସା କରିବା, ଧନ୍ୟବାଦ ଜଣାଇବା ଏବଂ ବୈଠକ ଶେଷରେ ଉଭୟଙ୍କ ମଧ୍ୟରେ ଅଧଘଣ୍ଟା କାଳ ରୁଦ୍ଧଦ୍ୱାର ବୈଠକ ବସିବାକୁ ନେଇ ଚର୍ଚ୍ଚା ଜୋର୍ ହୋଇଥିଲେ ମଧ୍ୟ ଶାହ-ପାଣ୍ଡିଆନଙ୍କ ଭେଟଘାଟ ଖବର ସବୁଚର୍ଚ୍ଚାକୁ ବଳି ପଡ଼ିଥିଲା ।

ଏହି ପରିପ୍ରେକ୍ଷୀରେ ରାଜଧାନୀର ବିଭିନ୍ନ ଖଟିରେ ହେଉଥିବା ଆଲୋଚନାରୁ ଅନେକ କୌତୁହଳ କଥା ଶୁଣିବାକୁ ମିଳୁଛି । ଯେମିତିକି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷାରେ ଶାହ-ପଣ୍ଡିଆନଙ୍କ ଭେଟଘାଟ ହେଉଛି- ଜଣେ ସଚିବସ୍ତରୀୟ ନିମ୍ନପଦସ୍ଥ ଅଧିକାରୀଙ୍କ ସହ ଦେଶର ଗୃହମନ୍ତ୍ରୀ ରୁଦ୍ଧଦ୍ୱାର ବୈଠକ । ଅନ୍ୟତମ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭାଷାରେ ଜଣେ କିରାଣୀଙ୍କ ସହ ଦେଶର ଗୃହମନ୍ତ୍ରୀଙ୍କର ରୁଦ୍ଧଦ୍ୱାର ବୈଠକ । ସ୍ମରଣଯୋଗ୍ୟ, ୫-ଟି ସଚିବ ପାଣ୍ଡିଆନଙ୍କୁ ଜଣେ ସଚିବସ୍ତରୀୟ ନିମ୍ନପଦସ୍ଥ ଅଧିକାରୀ ବୋଲି ଆକ୍ଷେପ କରନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିଜର ଆଇଏଏସ୍ ଟ୍ୟାଗ୍ କୁ ନେଇ ଗର୍ବରେ ଫାଟି ପଡୁଥିବା ପୂର୍ବତନ ସଚିବ ଅପରାଜିତାଙ୍କ ଆଖିରେ ଭି.କେ. ପାଣ୍ଡିଆନ୍ ଜଣେ ସଚିବସ୍ତରୀୟ ନିମ୍ନପଦସ୍ଥ କର୍ମଚାରୀ ।
ଲେଖାଶ୍ରୀଙ୍କ କଥା ନ କହିବା ଭଲ । ସୋସିଆଲ୍ ମିଡିଆରେ ବିରୋଧୀଙ୍କୁ ନିମ୍ନସ୍ତରର କୁତ୍ସାରଟନା କରିବାରେ ତାଙ୍କର ରେକର୍ଡ ଅଛି ।

ସଠିକ ତଥ୍ୟର ଯାଞ୍ଚ ନକରି ଟିପ୍ପଣୀ ଦେବାରେ ସେ କୁଆଡ଼େ ସିଦ୍ଧହସ୍ତ । ଏହାର ସଦ୍ୟତମ ଉଦାହରଣ ହେଉଛି ଫେସବୁକ୍ ରେ ଗତକାଲି ତାଙ୍କର ପୋଷ୍ଟ । ଏକ ଫଟୋରେ ପାଟଣାଗଡ଼ ବିଧାୟକଙ୍କୁ ନ ଜାଣି ସେ କମେଣ୍ଟ ଲେଖଥିବା ବେଳେ ପାଣ୍ଡିଆନଙ୍କୁ ଅଣଓଡ଼ିଆ କିରାଣୀ ବୋଲି ଆକ୍ଷେପ କରିଛନ୍ତି । ତେବେ ସେ ଯାହା ହେଉ, ନବୀନଙ୍କୁ ଶାହାଙ୍କ ପ୍ରଶଂସା ଏବଂ ପାଣ୍ଡିଆନଙ୍କ ସହ ତଥାକଥିତ ଭେଟଘାଟ ପରିପ୍ରେକ୍ଷୀରେ ରାଜ୍ୟ ବିଜେପିର ଆଭିମୁଖ୍ୟ କ’ଣ ହେବ ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଅପେକ୍ଷା ରହିଛି । ସମସ୍ତେ ଜାଣିଛନ୍ତି ଯେ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତକୁ ବିରୋଧ କରି ଦୁଇମାସ ତଳେ ସାଂସଦ ଅପରାଜିତା ତୁମ୍ବିତୋଫାନ କରିଥିଲେ । ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରି ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ପ୍ରବଳ ବିଷୋଦଗାର କରିଥିଲେ ।

ଜିଲ୍ଲା ବୁଲି ଲୋକଙ୍କଠାରୁ ଫୁଲମାଳ ପାଇବାର ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଥିଲେ । ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ିଦିଅ ବୋଲି ଆହ୍ୱାନ ଦେଇଥିଲେ । ଏହାର ୩/୪ ଦିନ ପରେ ମନମୋହନ ସାମଲଙ୍କୁ ଧରି ଦିଲ୍ଲୀରେ ଫେରାଦ ହୋଇଥିଲେ । ଶ୍ରୀ ପାଣ୍ଡିଆନ୍ ଅଲ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଡିଓପିଟିର ହସ୍ତକ୍ଷେପ ଲୋଡିଥିଲେ । ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଡିଓପିଟିର ଫରୱାର୍ଡ ଚିଠିକୁ ଟୁଇଟ୍ କରି ପୁଣି ଗର୍ଜନ କରିଥିଲେ । ମାମଲା ଲଜିକାଲ୍ ଏଣ୍ଡକୁ ନେବେ ବୋଲି ଦୃଢ଼ତା ଦେଖାଇଥିଲେ । ଜିଲ୍ଲାବୁଲି ଲୋକଙ୍କୁ ଭେଟିବାକୁ ସେ ତାଙ୍କ ସଚିବ ପାଣ୍ଡିଆନଙ୍କୁ ପଠାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ଅପରାଜିତା କଟାକ୍ଷ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଲେ । ଖାଲି ସେତିକି ନୁହେଁ, ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଧମକ ଦେଇ ଦିଲ୍ଲୀ ଯାଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ କାଇଁ ଉଠାଇନାହାନ୍ତି । ଏତିକିବେଳେ ତାଙ୍କର ସର୍ବେସର୍ବା ତଥା ଗୃହମନ୍ତ୍ରୀ ଅମିତ ଶାହ ଗତ ୪ ତାରିଖରେ ଅଚାନକ ଓଡ଼ିଶାଗସ୍ତରେ ଆସିଲେ । ବିମାନବନ୍ଦରରେ ଅପରାଜିତାଙ୍କୁ ତାଙ୍କ ପାଖେ ପାଖେ ଦେଖିବାକୁ ମିଳିଲା । ଶାହାଙ୍କ ସହ ତାଙ୍କ ସମ୍ପର୍କ ନିବିଡ଼ ବୋଲି ଲୋକଙ୍କୁ ଜଣାଇବାକୁ ସୋସିଆଲ୍ ମିଡିଆରେ ବଢ଼ିଆ ଫଟୋ ଛାଡ଼ିଲେ । ଏଥର ପାଣ୍ଡିଆନଙ୍କ ହିସାବ ନିକାଶ ହୋଇଯିବ ବୋଲି ସାଂସଦଙ୍କ ସମର୍ଥକମାନେ ସେହି ଫଟୋରେ କମେଣ୍ଟ୍ ଦେଇ ଚାଲିଲେ । 

ମାତ୍ର ସକାଳୁ ମେ ଫେୟାର ହୋଟେଲରେ ସାଂସଦଙ୍କର ଉପସ୍ଥିତି ଦେଖିବାକୁ ମିଳିଲାନି କି ଶାହଙ୍କ ସହ ଆଉ ଫଟୋ ଦେଖିବାକୁ ମିଳିଲାନି । ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ହୋଟେଲରେ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଶାହ-ପାଣ୍ଡିଆନ୍ ଏକାନ୍ତରେ ଆଲୋଚନା ହୋଇଥିଲା । ଏହାପରେ ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଶାହ-ନବୀନଙ୍କ ଅନ୍ତରଙ୍ଗ ଭେଟଘାଟ ସମସ୍ତେ ଦେଖିଲେ । ପାଖେ ପାଖେ ସଚିବ ପାଣ୍ଡିଆନଙ୍କୁ ମଧ୍ୟ ଦେଖିବାକୁ ମିଳିଲା । ଏହାପରଠୁ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମୁହଁରୁ ଆଉ କିଛି ଶୁଣିବାକୁ ମିଳିନି । ଶାହଙ୍କର ସେହି କିଛି ଘଣ୍ଟାର କାର୍ଯ୍ୟକ୍ରମରୁ ଅପରାଜିତା ତାଙ୍କ ପ୍ରଶ୍ନର ଉତ୍ତର ପାଇଯାଇଥିବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ନା ନାଇଁ ଏବଂ ପାଣ୍ଡିଆନ କ୍ଷମତାର ଅପବ୍ୟବହାର କରୁଛନ୍ତି ନା ନାଇଁ ସାଂସଦଙ୍କୁ ତାଙ୍କର ସର୍ବୋଚ୍ଚ ନେତା ଉତ୍ତର ଦେଇଦେଲେ ବୋଲି କୁହାଯାଉଛି ।

ଏବେ ସାଂସଦ ଅପରାଜିତା ଲୋକଙ୍କୁ କିଭଳି ସାମନା କରିବେ ତାହା ଦେଖିବାକୁ ସମସ୍ତଙ୍କ ଉତ୍ସାହ ରହିଛି । ସୂଚନାଥାଉକି, ଏନଡିଏ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଏବଂ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ଘୋଷଣା ପରେ ଅମିତ ଶାହା ଅଚାନକ ଭୁବନେଶ୍ୱର ଆସିବା, ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ସହ ଏକାଠି ବସି ‘ନବୀନ ଓଡ଼ିଶା’କୁ ପ୍ରଶଂସା କରିବା ଏବଂ ଶାହ-ନବୀନ ପରଷ୍ପରକୁ ସହଯୋଗ ପାଇଁ ଧନ୍ୟବାଦ ଦେବା ପରେ ରାଜ୍ୟର ବିଜେପି ନେତାମାନେ ଅକଳରେ ପଡ଼ିଯାଇଛନ୍ତି । ରାଜ୍ୟର ଶାସନ ବ୍ୟବସ୍ଥାକୁ କଟାକ୍ଷ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ସ୍ୱର ବଦଳାଇଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଗତକାଲି ଦେଇଥିବା ଏକ ସାକ୍ଷାତକାରରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନବୀନଙ୍କ ସରଳ ଓ ଅମାୟିକ ବ୍ୟବହାର ପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଉଛନ୍ତି । ଅନ୍ୟନେତାଙ୍କ ଭଳି ସେ ଗାଳିଗୁଲଜ ରାଜନୀତି କରନ୍ତି ନାହିଁ । ନିଜ ପାଇଁ ଯେଉଁ ନିୟମ କରିଛନ୍ତି ସେହି ରାସ୍ତାରେ ଚାଲିଛନ୍ତି । ତାଙ୍କ ପ୍ରତି ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଅଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version