୮ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଚିଲିକା :- ମିଳିତ ଜାତିସଂଘର ସର୍ବ କନିଷ୍ଠା ନୀତି ଅଧିକାରୀ, ଓଡ଼ିଆ ଝିଅ ,ଓଡ଼ିଶୀ ନୃତ୍ୟ ପ୍ରଵୀଣା ବୈଶାଳୀ ମହାନ୍ତିଙ୍କ ଜନ୍ମ ତିଥି ଏକ ନିଆରା ଢଙ୍ଗରେ ପାଳନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ତାଙ୍କର ମାଆ ବିଶିଷ୍ଟ ଆନ୍ତର୍ଜାତୀୟ ନାରୀ ନେତ୍ରୀ ତଥା କବୟିତ୍ରୀ ମାନସୀ ପ୍ରଧାନ । ସ୍ଥାନୀୟ ପାନ୍ଥନିବାସ ପରିସରରେ ପାଳିତ ହୋଇଥିବା ବୈଶାଳୀ ମହାନ୍ତିଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ସମାବେଶରେ ସେ ଦୁଇ ଜଣ ଆର୍ଥିକ ଅନଗ୍ରସର ଓଡ଼ିଶୀ ନ୍ରୃତ୍ୟ ଶିକ୍ଷା କରୁଥିବା ଛାତ୍ରୀଙ୍କୁ ଏବଂ ଅନ୍ୟ ଦୁଇ ଜଣ ଗରିବ ଛାତ୍ରୀ ଯେଉଁ ମାନେ ଅର୍ଥାଭାବରୁ ଅଧ୍ୟୟନରୁ ବଞ୍ଚିତ ହୋଇଥିଲେ ସେମାନଙ୍କ ସମେତ ଚାରୋଟି ଅଧ୍ୟୟନ ବ୍ରୃତ୍ତି ପ୍ରଦାନ କରିଛନ୍ତି ।

ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର, ଡଃ ପ୍ରସନ୍ନ ପାଟ୍ଟଶାଣୀ ଙ୍କ ସୁପୁତ୍ରୀ ରୋଜାଲିନ ପାଟ୍ଟଶାଣୀ ଏହି ଵ୍ରୃତ୍ତି ଛାତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍ ବୋଧନ ଛଳରେ ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ,ନାରୀର ସମ୍ରୂଦ୍ଧି ଓ ଆତ୍ମ ନିର୍ଭରଶୀଳତା ପାଇଁ ସେ ନିଜକୁ ଅହରହ ନିୟୋଜିତ କରି ଆସିଛନ୍ତି । ସେ ଏକ ଅଖ୍ୟାତ ପଲ୍ଲୀ ବାଣପୁର ର ଆୟତ୍ତ ପୁର ରେ ବାପ ମାଆଙ୍କର ଏକମାତ୍ର କନ୍ୟା ହୋଇ ଜନ୍ମ୍ ନେଇଥିବାରୁ ତାଙ୍କର ବାପ ମାଆଙ୍କୁ ବହୁତ ନିନ୍ଦା ଓ ଭର୍ତ୍ସନା ସହିବାକୁ ପଡ଼ିଥିଲା ।

ହେଲେ ସେ ନିଜ ପ୍ରତିଭା ବଳରେ ନିଜେ ପ୍ରତିଷ୍ଠା ଲାଭ କରିବ ସହ ତାଙ୍କର ମଧ୍ୟ ଏକମାତ୍ର କନ୍ୟା ବୈଶାଳୀ ଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ର ସୁଯୋଗ ଦେଇ ପାରିଛନ୍ତି । ଏଣୁ ଆଗାମୀ ବର୍ଷ ମାନଙ୍କରେ ବୈଶାଳୀ ଙ୍କ ଜନ୍ମ ଦିବସ ଅବସରରେ ସେ ଏହିଭଳି ବହୁ ଅଭାବୀ ଛାତ୍ରୀ ମାନଙ୍କୁ ସଵୁ ପ୍ରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ବର୍ଷ ବାଲୁଗାଁ, ବାଣପୁର ଅଞ୍ଚଳର ଦୁଇ ଜଣ ୩ୟ ବାର୍ଷିକ ଓଡ଼ିଶୀ ଛାତ୍ରୀ ଆପୂର୍ଭା ସାହୁ ,ମାନ୍ୟମ ୟୀ ସାଈପ୍ରିୟା ଓ ପୁରୀ ଦଳିତ ବସ୍ତିର ଦୁଇଜଣ ଗରିବ ଛାତ୍ରୀ ଙ୍କୁ ଅଧ୍ୟୟନ ଵ୍ରୃତ୍ତି ପ୍ରଦାନ କରାଯାଇଛି।ଏଥି ସହିତ ସମସ୍ତଙ୍କୁ ଏକ ଭବ୍ୟ ନୈଶ ଭୋଜିରେ ଆପ୍ୟାୟିତ କରାଯାଇଥିଲା ।















