୭ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ଗତ ୩ରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ସ୍ୱାରକ ପତ୍ର ପ୍ରଦାନ କରାଯାଇଥିଲା। ଯଦି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ ନହୁଏ ତେବେ ବ୍ଲକରେ କାର୍ଯ୍ୟରତ ସମସ୍ତ ପିଇଓ ଚଳିତ ମାସ ଅଗଷ୍ଟ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ ଏବଂ ୧୮ରୁ ସମୂହ ଛୁଟି ନେବେ ବୋଲି ଚେତାବନୀ ଦେବା ସହ ଆନ୍ଦୋଳନ କରିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସରକାର ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ଶିକ୍ଷାଗତ ଯୋଗ୍ୟତା +୨ ପେ ଲେବେଲ ୫ ଦରମା ୨୧ ହଜାର ୭ ଶହରୁ ଶିକ୍ଷାଗତ ଯୋଗ୍ୟତା +୩ ,

ପେ ଲେବେଲ ୯ ଦରମା ୩୫ ହଜାର ୪ଶହ ଟଙ୍କା ମଞ୍ଜୁର କରିବା , ୧୦ ବର୍ଷ ଚାକିରୀ କରୁଥିବା ପିଇଓ ମାନଙ୍କୁ ଜିପିଡିଓ ପଦବୀକୁ ପଦୋନ୍ନତି ଦେବା ଓ ପିଆରଏସ କ୍ୟାତରରେ ଅନ୍ତର୍ଭୁକ୍ତ କରିବା ପାଇଁ ରହିଥିବା ଦାବି ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେବାରୁ ସଂଘର ସମସ୍ତ କର୍ମକର୍ତ୍ତା ବ୍ଳକ ପରିସରରେ କଳାବ୍ୟାଚ ପରିଧାନ କରି ନାରାବାଜୀ କରିଛନ୍ତିି। ଏହା ବ୍ୟତୀତ ୧୦ ବର୍ଷ ଚାକିରୀ କରୁଥିବା ପିଇଓ ମାନଙ୍କୁ ଜିପିଡିଓ ପଡ଼ବୀକୁ ପଦୋନ୍ନତି ଦେବା ବ୍ୟବସ୍ଥା କରିବା ଓ ପିଆରଏସ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ସମୂହ ଅବିଳମ୍ବେ ପୂରଣ କରିବା ପାଇଁ ଦାବୀ କରିଛନ୍ତିି। ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଖଗେଶ୍ୱର ଭୂୟାଁ, ଜିଲ୍ଲା ସହ ସମ୍ପାଦକ ରବି କୁମାର ପାତ୍ର, ଜିଲ୍ଲା ବ୍ଲକ ସଂଯୋଜକ ବୀଣା ଗମାଙ୍ଗ, ବ୍ଲକ ସମ୍ପାଦକ ରଜତ କୁମାର ନାୟକ, କୋଷାଧ୍ଯକ୍ଷ କୁନୁରୁ ସିମାଞ୍ଚଳଙ୍କ ସମେତ ବ୍ଲକର ସମସ୍ତ ପିଇଓ ଉପସ୍ଥିତ ଥିଲେ l














